Only for Entertainment

୧୭ ବର୍ଷ ପରେ ମଲ୍ଲିକା ଶେରାୱତଙ୍କ ସହିତ ହାତ ମିଶାଇଲେ ତୁଷାର କପୁର, ଏହି ହରର-କମେଡି ପ୍ରୋଜେକ୍ଟରେ ଆସିବେ ନଜର ।

Mid-Day
31

ବଲିଉଡର ଅନେକ କଳାକାର ଏବେ ଡିଜିଟାଲ ମାଧ୍ୟମରେ ଡେବ୍ୟୁ କରୁଥିବା ଦେଖିବାକୁ ମିଳୁଛି । କୁନାଲ କପୁର, ନବାଜୁଦ୍ଦିନ ସିଦ୍ଦିକି, ସୈଫ ଅଲ୍ଲୀ ଖାନ ଏବଂ ଅର୍ଜୁନ କପୁରଙ୍କ ପରେ ଗୋଲମାଲ ଫେମ ଅଭିନେତା ତୁଷାର କପୁର ଏବେ ୱେବ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତୁଷାର ନିଜ ଡିଜିଟାଲ ଡେବ୍ୟୁ ପାଇଁ ଏକ ହରର କମେଡି ପ୍ରୋଜେକ୍ଟକୁ ବାଛିଛନ୍ତି । ଏହି ପ୍ରେଜେକ୍ଟରେ ତୁଷାର କପୁରଙ୍କ ସହିତ ମଲ୍ଲିକା ଶେରାୱତ ମଧ୍ୟ ନଜର ଆସିବେ । ଦୁହେଁ ଏହା ପୂର୍ବରୁ ୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଜିନା ସିର୍ଫ ମେରେ ଲିଏ’ରେ ନଜର ଆସିଥିଲେ ।

ମଲ୍ଲିକା ଶେରାୱତଙ୍କ ସହିତ ୧୭ ବର୍ଷ ପରେ ହାତ ମିଶାଇଥିବାରୁ ଏହାକୁ ନେଇ ତୁଷାର କପୁର ଖୁବ ଉତ୍ସାହିତ ଅଛନ୍ତି । ତୁଷାର କପୁରଙ୍କ ଏହି ନୂଆ ୱେବ ସିରିଜ ଭଉଣୀ ଏକତା କପୁରଙ୍କ ଏଏଲଟ ବାଲାଜୀରେ ପ୍ରସାରଣ କରାଯିବ । ତୁଷାର କହିଛନ୍ତି ଯେ, ମୁଁ ଏକତାଙ୍କ ସହିତ ଅନେକ ପ୍ରୋଜେକ୍ଟରେ କାମ କରିଛି । ଆଶା କରୁଛି ଯେ ଏହି ପ୍ରୋଜେକ୍ଟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More