Only for Entertainment

‘ନାଗୀନ୩’ରେ ହେବ ଏଲି ଗୋନିଙ୍କ ଏଂଟ୍ରି. ବେଲା-ମାହିରଙ୍କ ଜୀବନରେ ଆସିବ ବଡ ଟ୍ୱିଷ୍ଟ !

28

ଷ୍ଟାରପ୍ଲସର ପପୁଲାର ସିରିୟଲ ‘ୟେ ହେ ମୋହବତେଁ’ରେ ରୋମୀ ଭୂମିକା ତୁଲାଇ ଘରେ ଘରେ ପରିଚିତ ହୋଇଥିବା ଏଲୀ ଗୋନି ଏବେ ଖୁବ ଶୀଘ୍ର ଏକତା କପୂରଙ୍କ ପପୁଲାର ସିରିୟଲ ‘ନାଗୀନ୩’ରେ ଏଂଟ୍ରି ନେବେ । ଏଠାରେ ଆମେ କହି ରଖୁଛୁ ଯେ ‘ୟେ ହେ ମୋହବତେଁ’ ମଧ୍ୟ ଏକତା କପୂରଙ୍କର ହିଁ ଶୋ, ଯାହା ଖୁବ ଚର୍ଚ୍ଚାରେ ରହି ଆସିଛି ।

ନିକଟରେ ଏଲି ଗୋନି ନାଗୀନ୩’ରେ ନିଜର ଏଂଟ୍ରିକୁ ନେଇ ମିଡିଆରେ ପୋର୍ଟଲରେ କଥା ହୋଇ କନଫର୍ମ କରିଥିଲେ । ନାଗୀନ୩’ ଆରମ୍ଭ ଦିନରୁ ହିଁ ଟିଆରପି ସାଉଁଟି ବାରେ ଲାଗିଛି ଏବଂ ଟପରେ ରହିଆସିଛି । ଏହି ସୁପରହିଟ ଶୋ’ରେ ଅଂଶୀଦାର ହୋଇଥିବାରୁ ଏଲି ଖୁବ ଖୁସି ଅନୁଭବ କରୁଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କୂ ଶୋ’ରେ ନିଜର ଚରିତ୍ର କଣ ମାଲୁମ ନାହିଁ ।

ଏଠାରେ ଆମେ କହି ରଖୁଛୁ ଯେ ନାଗୀନ୩’ ଏକ ସୁପର ନ୍ୟାଚୁରାଲ ଶୋ’ ଅଟେ । କେବଳ ଦେଖିବା ବାକି ରହିଲା ଏଲି ଗୋନୀ ଏଂଟ୍ରି କଲେ କାହାଣୀରେ କଣ ଟ୍ୱିଷ୍ଟ ଆସିବ । ଆଗାମୀ ଏପିସୋଡରେ ବେଲା ନିଜ ମା’ଙ୍କ ହତ୍ୟାକାରୀଙ୍କ ପ୍ରତିଶୋଧ ନେବା ଲାଗି ୟୁବି ହୋଇ ଆସିଥିବା ବିକ୍ରାନ୍ତଙ୍କୁ ବିବାହ କରିବା ଲାଗି ମିଛରେ ନାଟକ ମଧ୍ୟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More