Only for Entertainment

ଅଭିନେତା କୁଶଲ ପଂଜାବୀଙ୍କ ଦେହାନ୍ତ, ମୁମ୍ବାଇ ସ୍ଥିତ ଘରୁ ମିଳିଲା ଝୁଲନ୍ତା ମୃତଦେହ !

36

ଟିଭି ଅଭିନେତା କୁଶଲ ପଂଜାବୀଙ୍କର ୩୭ବର୍ଷ ବୟସରେ ନିଧନ ହୋଇଛି । ଗୁରୁବାର ଦିନ ରାତିରେ ମୁମ୍ବାଇ ସ୍ଥିତ ଘରେ ତାଙ୍କର ମୃତଦେହ ପଙ୍ଖାରେ ଓହଳି ଥିଲା । ପୁଲିସ ଆରମ୍ଭ ଯାଂଚରେ ଆତ୍ମହତ୍ୟା ବୋଲି କହିଛି । ଏହାବ୍ୟତୀତ ମୃତଦେହ ପାଖରୁ ସୁସାଇଡ ନୋଟ ମଧ୍ୟ ମିଳିଛି । ଆଜି ମଧ୍ୟାହ୍ନ ୧ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ବାନ୍ଦ୍ରା ପୁଲିସ କହିବା ମୁତାବକ ୨୬ଡିସେମ୍ବର ରାତି ୧୧.୧୦ରେ କୁଶଲ ପଂଜାବୀଙ୍କ ମୃତଦେହ ଅଲଶିଦ ବିଲ୍ଡିଂ, ବାନ୍ଦ୍ରା ପଶ୍ଚିମ, ମୁମ୍ବାଇ ଫ୍ଲାଟ ୩୧ରୁ ମିଳିଛି । କୁଶଲଙ୍କ ବନ୍ଧୁ କରଣବୀର ଇନଷ୍ଟାଗ୍ରାମରେ କୁଶଲଙ୍କ ଦେହାନ୍ତ ଖବର ଜଣାଇଛନ୍ତି ।

କୁଶଲ ସିନ୍ଧି ପରିବାରରେ ଥିଲେ । ସେ ନଭେମ୍ବର୨୦୧୫ରେ ୟୂରୋପିଅନ ଗର୍ଲଫ୍ରେଣ୍ଡ ଏଣ୍ଡ୍ରି ଡୋଲ୍ହେନଙ୍କୁ ବିବାହ କରିଥିଲେ ଏବଂ ଗୋଆରେ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ତାଙ୍କର ୩ବର୍ଷ ବୟସରେ ଗୋଟିଏ ପୁଅ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More