Only for Entertainment

‘ଜମାଇ ରାଜା’ ଫେମ କଲେ ଆଲ୍ଲାଉଦ୍ଦୀନ ଖିଲଜୀଙ୍କୁ କପି, ଫନି ଅନ୍ଦାଜରେ ସେୟାର କଲେ ଭିଡିଓ

aajtak
0 58

ଟିଭିର ପପୁଲାର ଧାରାବାହିକ ‘ଜମାଇ ରାଜା’ ଫେମ ରବି ଦୁବେ ଏକ ନୂଆ ଗେମ ଶୋ’ ନେଇ ଆସୁଛନ୍ତି । ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଥିବା ଏହି ଟିଭି ଶୋ’ର ନାମ ରହିଛି ‘ସବସେ ସ୍ମାର୍ଟ କୌନ’ । ଏହି ଗେମ ଶୋ’ରେ ତାଙ୍କର ଲୁକ ଏବଂ ପ୍ରମୋ ଭିଡିଓକୁ ରବି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ଏବଂ ଭିଡିଓରେ ରବିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ରବିଙ୍କ ଏହି ଲୁକରେ ଆଲାଉଦ୍ଦୀନଙ୍କ ଖିଲଜୀଙ୍କ ଝଲକ ନଜର ଆସିଛି ।

ଭିଡିଓ ଖୁବ ଫନି ହୋଇଥିବା ବେଳେ ରବି ଏହି ଚରିତ୍ରକୁ ଭଲଭାବେ ଦର୍ଶାଇଛନ୍ତି । ଶୋ’ ବିଷୟରେ ରବି କହିଛନ୍ତି ନିଜ କମନ ସେନ୍ସ ବଳରେ ଧନୀ ହେବାର ଏହା ଏକ ସୁଯୋଗ । ଏହା ସହିତ ସେ କହିଛନ୍ତି ଯେକୌଣସି ବ୍ୟକ୍ତି ଏହି ଗେମ ଶୋ’ରେ ଭାଗ ନେଇ ପାରିବେ । ଏଥିପାଇଁ ଟ୍ୟାଲେଣ୍ଟ କିମ୍ବା ସ୍କିଲର ଆବଶ୍ୟକତା ନାହିଁ ।
ଦେଖନ୍ତୁ ଫଟୋ ଏବଂ ଭିଡିଓ…

#SabseSmartKaun #comingsoon #playalong #india @preetisheel @nikuld @saachivj @starplus

A post shared by Ravi Dubey (@ravidubey2312) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More