Only for Entertainment

ନିଶାଗ୍ରସ୍ତ ଅବସ୍ଥାରେ ଏହି ଅଭିନେତ୍ରୀ ୭ଟି ଗାଡିକୁ ମାରିଲେ ଟକ୍କର, ପୁଲିସ ସହ କଲେ ଖରାପ ବ୍ୟବହାର !

64

ମୁମ୍ବାଇ ସାନ୍ତାକୃଜରେ ନିଶାଗ୍ରସ୍ତ ଅବସ୍ଥାରେ ଜଣେ ଟେଲି ଅଭିନେତ୍ରୀ ନିଜ ଦୃତଗତି ଗାଡିରେ ଅଧିକରୁ ଅଧିକ ସାତୋଟି ଗାଡିକୁ ଧକ୍କା ମାରିଦେଇଛନ୍ତି, ଯାହାଦ୍ୱାରା ସମସ୍ତ ଗାଡି କ୍ଷତିଗ୍ରସ୍ତ ହୋଇଛନ୍ତି । ପୁଲିସର ଜଣେ ଅଧିକାରୀ କହିବା ମୁତାବକ ଏହି ଘଟଣା ସୋମବାର ଘଟିଥିଲା ଯେଉଁସମୟରେ ନିଶାଗ୍ରସ୍ତ ଅବସ୍ଥାରେ ୩୦ବର୍ଷୀୟ ଅଭିନେତ୍ରୀ ରୁହି ସିଂ ନିଜ କାରରେ ଅନ୍ୟ କାରଗୁଡିକୁ ଟକ୍କର ମାରିଥିଲେ ।

ପୁଲିସ କହିବାକୁ ମୁତାବକ ଏହି ଦୁର୍ଘଟଣାରେ ୪ଟି ଦୁଇ ଚକିଆ ଯାନ ଏବଂ ତିନୋଟି କାର କ୍ଷତିଗ୍ରସ୍ତ ହୋଇଛି ଏବଂ ଲୋକଙ୍କର କିଛି କ୍ଷତି ହୋଇନାହିଁ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୁହି ବସି ପାଖାପାଖି ଏକତ୍ରିତ ହୋଇଥିବା ଲୋକଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ସେ ପୁଲିସଙ୍କ ଉପରେ ଉତ୍ପୀଡନ ଆରୋପ ମଧ୍ୟ ଲଗାଉଥିବା ନଜର ଆସିଛନ୍ତି । ଅଧିକାରୀଙ୍କ କହିବା ମୁତାବକ ଆରୋପୀଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି ଏବଂ ଯାଂଚ ଜାରି ଅଛି ।

ଏହାସହ ରୁହି ପୁଲିସକର୍ମୀଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରୁହି ପୁଲିସ ଅଫିସରଙ୍କ ବ୍ୟାଚକୁ ହାତରେ ନେଇ କହିଛନ୍ତି ଯେ ବନାଅ ଭିଡିଓ , ମୋ ହାତରେ ବ୍ୟାଚ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More