Only for Entertainment

ଟିଭି ଅଭିନେତ୍ରୀଙ୍କ ଉପରେ ବାଇକର୍ସଙ୍କ ହମଲା, ଗିରଫ କଲା ପୋଲିସ ।

aajtak
0 34

ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ଉପରେ ଗତ ଶନିବାର ସକାଳ ସମୟରେ କିଛି ବାଇକର୍ସ ଆକ୍ରମଣ କରିଛନ୍ତି । ଏହା ମୁମ୍ବାଇର ବର୍ସୋବାରେ ଭାରତ ନଗର ଜଙ୍କସନ ନିକଟରେ ଘଟିଛି । ଆକ୍ରମଣରେ ଗଭୀର ଆଘାତ ପାଇଛନ୍ତି ରୂପାଲି । ରୂପାଲିଙ୍କ ଏଫଆଇଆର ପରେ ପୋଲିସ ଦୋଷୀ ମାନଙ୍କୁ ଗିରଫ କରିଛି ଏବଂ ଦୋଷୀଙ୍କୁ ପଚରାଉଚରା କରୁଛି ।

ଖବର ଅନୁସାରେ ରୂପାଲି ତାଙ୍କ ୪ ବର୍ଷ ପୁଅକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ । ଏହି ସମୟରେ ଦୁଇଟି ଯୁବକ ସେଠାରେ ପହଂଚିଲେ ଏବଂ ରୂପାଲି କାରକୁ ଅଟକାଇ କୌଣସି କାରଣରୁ ଝଗଡ଼ା କରିବାକୁ ଲାଗିଲେ ।

ସ୍ପଟବଏର ରିପୋର୍ଟ ଅନୁସାରେ ଦୁଇ ଜଣ ଯୁବକ ରୂପାଲିଙ୍କ କାରର କାଚ ଭାଙ୍ଗି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ପୋଲିସ ସେଠାରେ ପହଂଚି ମାମଲାର ଯାଂଚ କରିଥିଲେ ଏବଂ ଦୋଷୀଙ୍କୁ ଗିରଫ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More