Only for Entertainment

ପ୍ରେମରେ ପଡିଲେ ରାହୁଲ ବୈଦ୍ଯ, ଛୋଟ ପରଦାର ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍ !

83

ଇଣ୍ଡିଆନ୍‌ ଆଇଡୋଲ’ରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିବା କଣ୍ଠଶିଳ୍ପୀ ରାହୁଲ ବୈଦ୍ୟ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଟେଲି ଅଭିନେତ୍ରୀ ତଥା ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ ପ୍ୟାର୍‌ କା ଦର୍ଦର ମୁଖ୍ୟ ନାୟିକା ଦିଶା ପରମାରଙ୍କୁ ରାହୁଲ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ସାଥୀରେ ଏକ ମ୍ୟୁଜିକ୍‌ ଭିଡିଓ ‘ୟାଦ୍‌ ତେରି’ରେ କାମ କରିଥିଲେ । ମ୍ୟୁଜିକ୍‌ ଭିଡିଓ ସୁଟ୍‌ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହୋଇ ଯାଇଥିଲା । ଏବେ ଦୁହିଁଙ୍କ ସଂପର୍କ ବନ୍ଧୁତାରୁ ପାଦେ ଆଗକୁ ବଢ଼ି ଯାଇଥିବା ନେଇ ଚର୍ଚ୍ଚା ହେଉଛି । ଦୁହେଁ ପରସ୍ପର ସହ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଥିବା ଦେଖି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏ ନେଇ ରାହୁଲଙ୍କ ପ୍ରତିକ୍ରିୟା ମଗାଯିବା ପରେ, “ପ୍ରଥମ ଦେଖାରେ ମୁଁ ଦିଶାଙ୍କ ସହ ସହଜ ଅନୁଭବ କରିଥିଲି । ତାଙ୍କର ସ୍ୱଭାବ ମୋତେ ପସନ୍ଦ ଆସିଥିଲା । ଯାହା ପରେ ଆମେ ସାଥୀରେ ସମୟ ବିତାଇବା ଆରମ୍ଭ କରିଥିଲୁ । କିନ୍ତୁ ଏହାକୁ ଏତେ ଶୀଘ୍ର ପ୍ରେମର ନାଁ ଦେବା ଭୁଲ ହେବ । ଏବେ ପରସ୍ପରକୁ ଜାଣିବା ପାଇଁ ଆମକୁ ଆହୁରି ସମୟ ଦରକାର” ବୋଲି କହିଥିଲେ ରାହୁଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More