Only for Entertainment

ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଭୋପାଳରେ ଦେଲେ ଭୋଟ, ସୋସିଆଲ ମିଡିଆରେ ସାଜିଲେ ଟ୍ରେଣ୍ଡ !

iDiva
28

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଏବେ ସମୟର ଟିଭିର ସବୁଠାରୁ ପପୁଲାର ଅଭିନେତ୍ରୀ ରୂପେ ଚର୍ଚ୍ଚାରେ ରହିଥିବା ଦିବ୍ୟାଙ୍କା ସୋସିଆଲ ମିଡିଆରେ ମଧ୍ୟ ଖୁବ ପପୁଲାର । ନିକଟରେ ଏକ ଖାସ କାରଣ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।

ନିକଟରେ ମଧ୍ୟପ୍ରଦେଶର ଚାଲିଥିବା ବିଧାନସଭା ନିର୍ବାଚନ ସମୟରେ ଦିବ୍ୟାଙ୍କା ନିଜ ଘର ଭୋପାଳରେ ପହଂଚିଥିଲେ ଏବଂ ସେ ସେଠାକୁ ଯାଇ ନିଜ ଭୋଟ ଦେଇଥିଲେ । ଭୋଟ ଦେବା ପରେ ଦିବ୍ୟାଙ୍କା ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ହାଲକା ସବୁଜ ରଂଗର ସୁଟରେ ସେ ଖୁବ ସୁନ୍ଦର ନଜର ଆସିଥିଲେ ।

ଦିବ୍ୟାଙ୍କା କେବଳ ଫଟୋ ପୋଷ୍ଟ କରିନଥିଲେ ମାତ୍ର ସେଥିରେ ଲେଖିଥିଲେ ‘ ଯଦି ତୁମେମାନେ ଆଜି ଭୋଟ ଦେଇଛନ୍ତି ତେବେ ନିଜ ଫଟୋ ସହ ମୋତେ ଟ୍ୟାଗ କର’ । ଏହାପରେ ଏହି ଫଟୋରେ ୧ଲକ୍ଷ ୯୯ହଜାରରୁ ଅଧିକ ଲୋକ ନିଜ ଫଟୋ ଟ୍ୟାଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More