Only for Entertainment

ଏହି ଫିଲ୍ମ ପାଇଁ ଏକତା କପୁରଙ୍କ ଶୋ ଛାଡ଼ିବେ ହୀନା ଖାନ ।

google
52

ରିଆଲିଟି ଶୋ ବିଗବସ ପରେ ପରେ ଟିଭି ଅଭିନେତ୍ରୀ ହୀନା ଖାନ କସୌଟି ଜିନ୍ଦେଗୀରେ କୋମୋଲିକା ଚରିତ୍ରରେ ନଜର ଆସି ଚର୍ଚ୍ଚାକୁ ଆସିଥିଲେ । ଏବେ କିନ୍ତୁ ଲମ୍ବା ବ୍ରେକ ନେବାକୁ ଯାଉଛନ୍ତି ହୀନା । ଏକ ଲାଇଭ ଭିଡ଼ିଓରେ ସେ ଶୋ ଛାଡ଼ିବା କଥା କଥା ଜଣାଇଛନ୍ତି । ତେବେ ଏହା ପଛରେ ରହିଛି ଏକ ଖାସ କାରଣ । ବାସ୍ତବରେ ଅଭିନେତ୍ରୀ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ମାର୍ଚ୍ଚ ମାସରେ ଶୋ’ରେ ତାଙ୍କ ଆପିୟରାନ୍ସ ରହିବ ନାହିଁ ।

ଖବର ଅନୁସାରେ ହୀନା ଖାନ ଏକା ସାଙ୍ଗରେ ତିନୋଟି ପ୍ରକଳ୍ପ ସାଇନ କରିଛନ୍ତି । ଏହା ମଧ୍ୟରୁ ଗୋଟିଏ ଇଂଟରନେସନାଲ ମଧ୍ୟ ରହିଛି । ହୀନା ଖୁବଶୀଘ୍ର ଶୋ’କୁ ଫେରିବେ ବୋଲି କହିଛନ୍ତି । ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ଼ କାର୍ପେଟରେ ମଧ୍ୟ ଚାଲିବେ । ସେଠାରେ ତାଙ୍କ ଡେବ୍ୟୁ ଫିଲ୍ମ ଦେଖାଯିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହୁସୈନ ଖାନ । ଯେଉଁଥିରେ ସେ ଜଣେ ସକ୍ଷମ ମହିଳା ଭାବରେ ନଜର ଆସିବେ । ଯିଏ ଖୁବ ଆତ୍ମ ନିର୍ଭରଶୀଳ । ଫିଲ୍ମର କାହାଣୀ ୧୯୯୦ର କାଶ୍ମୀର ବ୍ୟାକଗ୍ରାଉଣ୍ଡ ଉପରେ ପର୍ଯ୍ୟବେଷିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More