Only for Entertainment

ସାମ୍ନାକୁ ଆସିବେ ରାଖୀ ସାୱନ୍ତଙ୍କ ସ୍ୱାମୀ ରିତେଶ, ବିଗବସ୧୩ରେ ଦେଖିବାକୁ ମିଳିବ ଝଲକ !

41

ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟରେ ଭାଗ ନେଉଥିବା ରାଖୀ ସାୱନ୍ତ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଖୀ ସୋସିଆଲ ମିଡିଆରେ ବଧୂ ବେଶରେ ଫଟୋ ଶେୟାର କରିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କ ଫଟୋ ଶେୟାର କରିନାହାନ୍ତି, ନା ହି କେବେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ସହ ଦେଖିବାକୁ ମିଳିଛି । ରାଖି କହିଛନ୍ତି ଯେ ସେ ଏନଆରଆଇ ରିତେଶଙ୍କୁ ବିବାହ କରିଛନ୍ତି । ଏବେ ରାଖୀ ଆଉ ଏକ ଭିଡିଓ ଶେୟାର କରିଛନ୍ତି ଏବଂ କହିଛନ୍ତି ଯେ ସେ ବିଗବସ୧୩ରେ ତାଙ୍କ ସ୍ୱାମୀଙ୍କୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିବେ ।

ରାଖୀ ସାୱନ୍ତ ଇଂଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ନିଜ ସ୍ୱାମୀ ରିତେଶଙ୍କ ଝଲକ ଦେଖାଇବେ । ସେ କହିଛନ୍ତି ରିତେଶ ଏବେ ୟୂକେ’ରେ ଅଛନ୍ତି ଏବଂ ଖୁବଶୀଘ୍ର ମୁମ୍ବାଇ ଫେରିବେ ।

 

View this post on Instagram

 

Im going to bb13

A post shared by Rakhi Sawant (@rakhisawant2511) on

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ରାଖୀ ସାୱନ୍ତ କିଛି ଦିନ ପୂର୍ବେ ଭିଡିଓ ଶେୟାର କରି କହିଥିଲେ ଯେ ସେ ସଲମାନ ଖାନଙ୍କ ବିଗବସ ଶୋ’ରେ ‘ଛପନ ଛୋରୀ’ଡାନ୍ସ ପରଫର୍ମ କରିବେ ।

 

ତେବେ ନିକଟରେ ରାଖୀଙ୍କ ଗୀତ ଲଂଚ ବେଳେ ଡ୍ରେସକୁ ନେଇ ବହୁ ବିବାଦ ଦେଖା ଦେଇଥିଲେ , ଯେଉଁକାରଣରୁ ରାଖୀ ଏକ ଭିଡିଓ ଶେୟାର କରି କ୍ଷମା ମାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More