Only for Entertainment

ଆତ୍ମହତ୍ୟା କଲେ ଇସ୍କବାଜ ପ୍ରଯୋଜକ !

inkhabar
0 148

କିଛିଦିନ ହେବ ଗ୍ଲାମରସ ଜଗତରେ ଶୋକର ଛାୟା ଖେଳିବାରେ ଲାଗିଛି । ଗତକିଛି ଦିନ ତଳେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସାରା ଦୁନିଆକୁ ଏକ ଝଟକା ଦେଇଥିଲା ।

ବର୍ତ୍ତମାନ ଷ୍ଟାରପ୍ଲସରେ ଆଧାରିତ ଡେଲି ଧାରାବାହିକ ‘ଇସ୍କବାଜ’ର ପ୍ରଯୋଜକ ସଂଜୟ ବୈରାଗୀ ମୁମ୍ବାଇର ମଲାଡ ଇଲାକାରେ ଅବସ୍ଥିତ କୋଠାରୁ ୧୬ତମ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଖବର ଆସିଥିଲା ସଂଜୟଙ୍କ ମାନସିକ ଭାରସାମ୍ୟ ବିଗିଡି ଯାଇଥିଲା ତେଣୁ ସେ ବିଲ୍ଡିଂରୁ ପଡି ଯାଇଥିଲେ । ମାତ୍ର ପୁଲିସଙ୍କୁ ତାଙ୍କ ପାଖରୁ ଏକ ସୁସାଇଡ ନୋଟ ମିଳିବାରୁ ,ଏହି କଥାର ସତ୍ୟାସତ୍ୟ ମିଳିଛି ଯେ ସେ ଆତ୍ମହତ୍ୟା କରିଛନ୍ତି ।

ମିଡ ଡେ ରିପୋର୍ଟ ମୁତାବକ, ସଂଜୟ ହୋଲି ଖେଳି ସଂନ୍ଧ୍ୟା ୪.୩୦ରେ ଘରକୁ ଫେରିଥିଲେ । ସେ ହୋଲି ସେଲିବ୍ରେସନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ମାତ୍ର ୨ଘଂଟା ପରେ ସେ ଆତ୍ମହତ୍ୟା କରିଥିଲେ । ସେ ତାଙ୍କ ସୁସାଇଡ ନୋଟରେ ଲେଖିଛନ୍ତି ଯେ, ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଏହା ତାଙ୍କ ଭୂଲ । ତାଙ୍କ ପରିପାର ଖରାପ ପରିସ୍ଥିତି ଦେଇ ଗତି କରୁଥିବା ମଧ୍ୟ ଏହି ନୋଟରେ ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ବୋଲି ମଧ୍ୟ ନୋଟରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More