ସାଙ୍ଗକୁ ଖରାପ ଭାବରେ ଛୁଇଁବାରୁ ରାଗିଗଲେ ଟିଭି ଆକ୍ଟର, ଦେଲେ ଏଭଳି ଶିକ୍ଷା ।
ଟିଭି ଶୋ ‘ମନମୋହିନୀ’ ଫେମ ଆକ୍ଟର ଅଭିମନ୍୍ୟୁ ଚୌଧରୀ ଏବଂ ତାଙ୍କ ସାଥିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଦୁଇଜଣଙ୍କ ଉପରେ ସେଲୁନ କର୍ମଚାରୀଙ୍କୁ ମାରପିଟ କରିବାର ଅଭିଯୋଗ ଲାଗିଛି । ବାସ୍ତବରେ ଆକ୍ଟରଙ୍କ ଜଣେ ମହିଳା ବନ୍ଧୁଙ୍କ ଅଭିଯୋଗ ଥିଲାଯେ ଏକ ସେଲୁନ କର୍ମଚାରୀ ତାଙ୍କୁ ଖରାପ ଭାବରେ ଛୁଇଁଥିଲା । ଏହି କାରଣରୁ ଅଭିମନ୍ୟୁ ତାଙ୍କ ବନ୍ଧୁଙ୍କ ସହିତ ସେଲୁନ ଯାଇ ସେଠାରେ ମାରପିଟ କରିଛନ୍ତି ।
Mumbai: TV actor Abhimanyu Chaudhary along with his friend arrested yesterday for allegedly thrashing & attacking an employee of a salon with a knife. The duo went to the salon after another friend of the actor accused an employee of the salon of touching her inappropriately. pic.twitter.com/kNiZCfD5yT
— ANI (@ANI) May 27, 2019
ମୁମ୍ବାଇ ପୋଲିସର ସିନିଅର ଇନ୍ସପେକ୍ଟର ଶୈଲେଷ ପସ୍ଲବାଡ଼ ଏହି ମାମଲାରେ କହିଛନ୍ତିଯେ ଆମେ ଅଭିମନ୍ୟୁ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରିସାରିଛୁ । ଦୁଇଜଣଙ୍କ ବ୍ୟତୀତ ତାଙ୍କ ମହିଳା ବନ୍ଧୁଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ସେଲୁନ କର୍ମଚାରୀ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି ।
୧୬ ମଇକୁ ଅଭିମନ୍ୟୁଙ୍କ ବନ୍ଧୁ ତାଙ୍କୁ ସେଲୁନକୁ ଡାକିଲେ । ମହିଳାଙ୍କ କହିବା ଅନୁସାରେ ମୁଣ୍ଡରେ ମସାଜ କରିବା ସମୟରେ ସେଲୁନ କର୍ମଚାରୀ ତାଙ୍କୁ ଖରାପ ଭାବରେ ଛୁଇଁଲେ । ଏହି କଥା ଜାଣିବା ପରେ ଅଭିମନ୍ୟୁ ତାଙ୍କ ବନ୍ଧୁଙ୍କ ସହିତ ପହଂଚି ଏଭଳି ଦୁର୍ଘଟଣା ଘଟାଇଛନ୍ତି ।