Only for Entertainment

ନଚ ବଲିୟେ ୯ ଶୋ’ରେ ରବିନା ଏବଂ ଉର୍ବସୀଙ୍କ ମଧ୍ୟରେ ହେଲା ଜବରଦସ୍ତ ଯୁକ୍ତି, ଭିଡ଼ିଓ ଭାଇରାଲ

dainik jagran
32

ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଶୋ ନଚ ବଲିୟେ ୯ ଏବେ ଟିଭିର ସବୁଠାରୁ ବିବାଦୀୟ ଶୋ ହୋଇ ସାରିଛି । ନିକଟରେ ଶୋ’ର ବିଚାରକ ରବିନା ଟଣ୍ଡନ ଏବଂ ୱାଇଲଡ କାର୍ଡ଼ ଏଂଟ୍ରିରେ ଫେରିଥିବା ଅଭିନେତ୍ରୀ ଉର୍ବସୀ ଢୋଲକିୟାଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଛି । ଯାହାର ଭିଡ଼ିଓ ସାମ୍ନାକୁ ଆସିଛି ।

ମଧୁରିମା ତୁଲି ଏବଂ ବିଶାଲ ଆଦିତ୍ୟଙ୍କ ସହିତ ଉର୍ବସୀ ଢୋଲକିୟା ଏବଂ ତାଙ୍କ ଏକ୍ସ ଅନୁଜ ଶୋ’ରେ ଧମାକାଦାର ପ୍ରବେଶ କରିବେ । ଷ୍ଟାରପ୍ଲସ ଦ୍ୱାରା ଏକ ନୂଆ ପ୍ରମୋ ଭିଡ଼ିଓ ଶେୟାର କରାଯାଇଛି । ଯେଉଁଥିରେ ରବିନାଙ୍କ ସହିତ ଉର୍ବସୀଙ୍କର ଯୁକ୍ତି ହେଉଛି ଏବଂ ରବିନା କହୁଛନ୍ତି ତୁମକୁ ସୁଯୋଗ ଏଠାରେ ଦିଆଯାଇଛି, ଏଠାର କଥା ଯାଇ ବାହାରେ ଏପଟ ସେପଟ କରି କହିବାର ଅଧିକାର ତୁମର ନାହିଁ ।

କହିରଖୁଛୁ ଜଜମାନେ ଜଜମେଂଟରେ ଭେଦଭାବ ହେଉଥିବା ବାହାରେ କହିଥିଲେ ଉର୍ବସୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More