Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ

bollywood life
0 64

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ କେବଳ ହିନ୍ଦୀ ସିନେମାରେ ନୁହେଁ ବରଂ ତାମିଲ,ତେଲୁଗୁ ମଲୟାଲମା ଏବଂ କନ୍ନଡ଼ ଆଦି ଫିଲ୍ମରେ ନିଜର ଛାପ ଛାଡ଼ି ଯାଇଛନ୍ତି । ସେ ପିଲାଟି ବେଳରୁ ରୂପେଲି ପରଦାରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ । ଅଭିନୟ ଯେ ତାଙ୍କର ଏକ ଦୁର୍ବଳତା ଥିଲେ କହିଲେ ଭୁଲ ହେବ ନାହିଁ । ତାଙ୍କର ପରଲୋକରେ ସମସ୍ତ ଦେଶ ସ୍ତବ୍ଧ ହୋଇଯାଇଛି । ଜଳୁଥିବା ଦୀପାଳିଯେ ହଠାତ ଳିଭିଯିବ ତାହା କେହି ମଧ୍ୟ ଭାବି ନଥିଲେ । ମୃତ୍ୟୁ ଖବର ପାଇବା ପରେ ଅନେ୍ଧରୀ ସ୍ଥିତ ତାଙ୍କ ବାସ ଭବନ ସମ୍ମୁଖରେ ଲୋକଙ୍କ ଭିଡ଼ ଜମି ଯାଇଛି ।

୧୯୬୫ ଅଗଷ୍ଟ ୧୩ରେ ତାମିଲନାଡୁର ଶିବକାଶିରେ ଜନ୍ମଲାଭ କରିଥିଲେ ଶ୍ରୀଦେବୀ । ୧୯୯୬ରେ ସେ ବୋନି କପୁରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ମାତ୍ର ୪ ବର୍ଷ ବୟସରେ ସେ ତାମିଲ ଫିଲ୍ମରେ ଅଭିନୟ କରିଥିଲେ ଓ ୧୯୭୫ରେ ହିନ୍ଦୀ ସିନେମାରେ ଫିଲ୍ମ ‘ଜୁଲି’ ମାଧ୍ୟମରେ ପ୍ରବେଶ କରିଥିଲେ । ୧୯୯୭ର ‘ଜୁଦାଇ’ ପରେ ସେ ୧୫ ବର୍ଷ ଧରି ସିନେମା ଜଗତରୁ ଦୂରେଇ ଯାଇଥିଲେ । ଏହାପରେ ୨୦୧୨ରେ ସେ ‘ଇଙ୍ଗଲିସ ବିଙ୍ଗଲିସ’ ଫିଲ୍ମ ଜରିଆରେ ପୁଣି ପରଦାକୁ ଫେରିଥିଲେ । ୨୦୧୭ରେ ଶ୍ରୀଦେବୀଙ୍କର ୩୦୦ତମ ଫିଲ୍ମ ‘ମମ’ ରିଲିଜ ହୋଇଥିଲା ।

 


କୋଟି କୋଟି ଦର୍ଶକଙ୍କ ଦୃଦୟକୁ ଜିତିଥିବା ଶ୍ରୀଦେବୀଙ୍କର ମୃତ୍ୟୁରେ ସମଗ୍ର ଦେଶରେ ଦୁଃଖର ଛାୟା ଖେଳିଯାଇଛି । ଏଥିରୁ ବାଦ ପଡ଼ି ନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାମନାଥ କୋବିନ୍ଦ ଟ୍ୱିଟ କରି ଲେଖିଛନ୍ତିଯେ , ‘ଫିଲ୍ମ ତାରକା ଶ୍ରୀଦେବୀଙ୍କ ମୃତ୍ୟୁରେ ମୁଁ ଦୁଃଖି । ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କର ହୃଦୟକୁ ଭାଙ୍ଗି ଚାଲି ଯାଇଛନ୍ତି । ତାଙ୍କର ଲମ୍ହେ ଓ ଇଙ୍ଗଲିସ ବିଙ୍ଗଲିସ ଭଳି ଫିଲ୍ମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ତାଙ୍କ ବନ୍ଧୁ ପରିଜନ ଓ ନିଜ ଲୋକଙ୍କ ସହିତ ମୋର ସମ୍ବେଦନ ରହିଛି’ ।

 


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଶ୍ରୀଦେବୀଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛିଯେ , ‘ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅସମୟ ଏବଂ ଅଚାନକ ମୃତ୍ୟୁ ପାଇଁ ମୁଁ ଦୁଃଖପ୍ରକାଶ କରୁଛି, ଲମ୍ବା କ୍ୟାରିଅର ମଧ୍ୟରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଏହି ଦୁଃଖ ସମୟରେ ମୁଁ ତାଙ୍କ ପରିବାରଙ୍କ ସହିତ ଅଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More