Only for Entertainment

ସୋସିଆଲ ମିଡିଆରେ ଅକ୍ଷୟଙ୍କ ନାମରେ ଅଭିଯୋଗ ଆଣିଲେ ପତ୍ନୀ ଟ୍ୱିଙ୍କିଲ !

ScoopWhoop
0 45

ଅକ୍ଷୟ କୁମାର ଏବଂ ଟ୍ୱିଙ୍କିଲ ଖନ୍ନାଙ୍କୁ ବଲିଉଡର ଆଦର୍ଶ କପଲ କୁହାଯାଇଥାଏ କିନ୍ତୁ ଦୁହିଁଙ୍କ ମଧ୍ୟରେ କିଛି ନା କିଛି ଛୋଟ ମୋଟ ଝଗଡା ଲାଗିରହିଥାଏ । ଏହା ତ ଅତି ସାଧାରଣ କତା ପ୍ରତ୍ୟେକ ସ୍ୱାମା ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ଦେଖିବାକୁ ମିଳିଥାଏ । ନିକଟରେ ଟ୍ୱିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ସେ ଅକ୍ଷୟଙ୍କ ନାମରେ ଏକ ଅଭିଯୋଗ କରିଛନ୍ତି ।

 

ଟ୍ୱିଙ୍କିଲ ଖନ୍ନା ନିଜ ଇଂଷ୍ଟାଗ୍ରାମରେ ଅକ୍ଷୟଙ୍କ ସହିତ ଏକ ଫଟୋ ସେୟାର କରି ଲେଖଛନ୍ତି- ‘ଯଦି ତୁମେ ମୋତେ ଏପରି ଦେଖିଥାନ୍ତ ଯେପରି ତୁମ ସମ୍ନାରେ ଥିବା ଗ୍ରିନ ଟି କ୍ରିମ ବ୍ରୁଲେକୁ ଦେଖୁଛ । ଏକ ଛୋଟ ରେସ୍ତୋରାଁ କିନ୍ତୁ ଖୁବ ସ୍ୱାଦିଷ୍ଟ ଖାଦ୍ୟ ।’

କହିରଖୁଛୁ ଯେ ଅକ୍ଷୟ ଏବଂ ଟ୍ୱିଙ୍କିଲ ଏବେ ଛୁଟିରେ ରୋମାନିଆ ବୁଲିବା ପାଇଁ ଯାଇଛନ୍ତି । ସେଠାରେ ଦୁହେଁ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବା ନଜର ଆସିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷୟ ଖୁବ ଶୀଘ୍ର ଫିଲ୍ମ ଗୋଲ୍ଡରେ ନଜର ଆସିବେ । ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ । ଫିଲ୍ମରେ ତାଙ୍କ ବିପକ୍ଷରେ ମୌନି ରୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More