Only for Entertainment

ଜେଏନୟୁ ଘଟଣାକୁ ନିନ୍ଦା କଲେ ବଲିଉଡ ତାରକା, ଟ୍ୱିଟରରେ ସେୟାର କଲେ ନିଜ ମତ 

latestly
42

ରବିବାର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସାକୁ ନେଇ ପୂରା ଦେଶର ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ହିଂସାକୁ ନେଇ ବଲିଉଡ ଷ୍ଟାର ମଧ୍ୟ ଖୋଲି ଖୋଲି ଭାବେ ବିରୋଧ କରୁଛନ୍ତି । ଟ୍ୱିଙ୍କିଲ ଖନ୍ନା, ରାଜକୁମାର ରାଓ, କୃତି ସେନନ, ରିଚା ଚଢା, ଅନୁଭବ ସିହ୍ନା ଏବଂ ଅନୁରାଗ କଶ୍ୟପଙ୍କ ପରି ବଡ ବଡ ତାରକା ସୋସିଆଲ ମିଡିଆରେ ନିଜ ମତକୁ ପ୍ରକାଶ କରିଛନ୍ତି ।

ଅସଲରେ ଏହି ହିଂସାତ୍ମକ ଘଟଣାରେ ଜେଏନୟୁ ଅଧ୍ୟକ୍ଷଙ୍କ ସହିତ ମୋଟ ୨୦ ଛାତ୍ର ଆହତ ହେବା ସହିତ କିଛି ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ ମଧ୍ୟ ଗଭୀର ଆହତ ହୋଇଛନ୍ତି ।

ଛାତ୍ରଙ୍କ ଉପରେ ହୋଇଥିବା ଏହି ହାମଲା ପରେ ଟ୍ୱିଙ୍କିଲ ଖନ୍ନା ଏକ ନ୍ୟୁଜ ପେପରର ଫଟୋ ସେୟାର କରି ଲେଖିଥିଲେ ଭାରତରେ ଛାତ୍ରମାନଙ୍କ ଠାରୁ ଗାଇମାନଙ୍କୁ ଅଧିକ ସୁରକ୍ଷା ମିଳିଥାଏ । ଏହା ଏପରି ଏକ ଦେଶ ଯାହା ପଛକୁ ଫେରିବା ପାଇଁ ପ୍ରସ୍ତୁତ ନୁହେଁ । ଆପଣ ହିଂସା ଦ୍ୱାରା କାହାକୁ ଦବାଇ ପାରିବେ ନାହିଁ । ଏବେ ଲୋକେ ଅଧିକ ପ୍ରୋଟେଷ୍ଟ କରିବେ । ଅଧିôକ ଷ୍ଟ୍ରାଇକ କରିବେ ଏବଂ ରାସ୍ତାକୁ ଓହ୍ଲାଇବେ । କାରଣ ଏହି ହେଡ ଲାଇନ ସବୁ କିଛି କହୁଛି । ଦେଖନ୍ତୁ ଆଉ ଅନ୍ୟ ସେଲିବ୍ରିଟିଙ୍କ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More