Only for Entertainment

୧୦୦ପାଉଣ୍ଡ ଅର୍ଥାତ ୮,୫୦୦ଟଙ୍କା ପାଇଁ ଖୁଂଟରେ ଲଟକିଲେ ଅକ୍ଷୟ, ଲୋକମାନେ ଦେଲେ ଏଭଳି ପ୍ରତିକ୍ରିୟା !

66

ନିଜର ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଅକ୍ଷୟ ଏବେ ପରିବାର ସହ ଛୁଟି ମନାଉଛନ୍ତି । ସୋସିଆଲ ମିଡିଆରେ ଅକ୍ଷୟ ଏବଂ ଟ୍ୱିଙ୍କଲ ଛୁଟିର କିଛି ଫନି ମୁହୁର୍ତ୍ତ ଶେୟାର କରୁଛନ୍ତି ।

ଏହାମଧ୍ୟରେ ଅକ୍ଷୟଙ୍କ ନାଁ ସାରା ଦୁନିଆରେ ସବୁଠାରୁ ଦାମୀ ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଯାଇଛି । ଏବେ ଟ୍ୱିଙ୍କଲ ନିଜ ସ୍ୱାମୀଙ୍କର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଟଙ୍କା ଇନକମ୍ କରିବାକୁ ଚେଷ୍ଟା କରିଛନ୍ତି ।
ପୋଷ୍ଟରେ ଟ୍ୱିଙ୍କଲ କ୍ୟାପଶନ ଦେଇଛନ୍ତି , ‘ସେହିଠାରେ ଓହଳି ଥାଅ, ଫୋବର୍ସ ଲିଷ୍ଟରେ ନାଁ ଆସିଲା ପରେ ମଧ୍ୟ ସେ ଖୁସି ନାହାନ୍ତି ଏହି କାରଣରୁ ଏଠି ୧୦୦ପାଉଣ୍ଡ ପାଇଁ ଲଟକିଛନ୍ତି ।’

ଏହି ଭିଡିଓରେ ଅନେକ ଲୋକ ମଜାଦାର କମେଂଟ କରିଛନ୍ତି । ଜଣେ ୟୁଜର ଫିଲ୍ମ ହେରା ଫେରିର ଫେମସ ଡାଏଲଗ ‘ପୈସେ କା ଚକ୍କର ହେ ବାବୁ ଭୈୟା, ପୈସା କା ଚକ୍କର’ ଲେଖି ଦେଇଛନ୍ତି ।

 

View this post on Instagram

 

Just hanging in there! Not happy with hitting the Forbes list- he wants to make a quick 100 pounds here as well 🙂 #GoofingAround

A post shared by Twinkle Khanna (@twinklerkhanna) on

ଏଠାରେ ଆମେ କହି ରଖୁଛୁ ଯେ ନିକଟରେ ଆମେରିକାର ମାଗାଜିନରେ ସବୁଠାରୁ ଅଧିକ ଇନକମ କରୁ୍ଥିବା ଟପ ୧୦୦ଲୋକଙ୍କ ତାଲିକାରେ ଜାରୀ କରିଥିଲେ । ଏଥିରେ ଅକ୍ଷୟ ନାଁ ୩୩ନମ୍ବରରେ ରହିଥିଲା । ଏହି ଲିଷ୍ଟ ଜୁନ ୨୦୧୮ରୁ ନେଇ ୨୦୧୯ରେ କଳାକାରଙ୍କ ଇନକମକୁ ନେଇ ପ୍ରସ୍ତୁତ ହୋଇଥାଏ । ମାଗାଜିନ ମୁତାବକ, ଅକ୍ଷୟଙ୍କ ହାରାହାରି ଇନକମ ୪୨୨କୋଟି ଟଙ୍କା ଅର୍ଥାତ ୬୫ମିଲିଅନ ଡଲାର ଅଟେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟ କିଛି ଦିନ ହେବ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ କ୍ୟାଟରୀନାଙ୍କ ସହ ନଜର ଆସିବେ । ଏହାବ୍ୟତୀତ ସେ ଗୁଡ ନ୍ୟୁଜ ଏବଂ ଲକ୍ଷ୍ମୀବମ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More