Only for Entertainment

ରିଲିଜ ହେଲା ଫିଲ୍ମ ‘ଉଜଡା ଚମନ’ର ଫନି ଟ୍ରାକ ‘ଟ୍ୱିଙ୍କଲ୍ ଟ୍ୱିଙ୍କଲ୍’, ଦେଖନ୍ତୁ ଭିଡିଓ

Latestly
27

ଚନ୍ଦାପଣକୁ ନେଇ ବଲିଉଡ୍ ପରଦାରେ ଦେଖିବାକୁ ମିଳିବ ଏକ କମେଡି – ଡ୍ରାମା ଫିଲ୍ମ ‘ଉଜଡା ଚମନ୍’ । ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ୟାର୍ କା ପଂଚନାମା ଫେମ୍ ଅଭିନେତା ସନ୍ନି ସିଂଙ୍କୁ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ଏକ ଫନି ଟ୍ରାକ୍ ‘ଟ୍ୱିଙ୍କଲ୍ ଟ୍ୱିଙ୍କଲ୍’ ରିଲିଜ୍ ହୋଇଛି ।

ସିନେମାଟି ଏକ ଚନ୍ଦା ଯୁବକ ଚମନର କାହାଣୀକୁ ନେଇ ଗତିଶୀଳ ହୋଇଛି । ୩୦ ବର୍ଷ ହୋଇଥିଲେ ବି ଚମନ୍କୁ ବିବାହ ପାଇଁ ମିଳେନି ଝିଅ । ହେଲେ ନିଜର ଏକ ବନ୍ଧୁକୁ ଭଲପାଇ ବସେ ଚମନ୍ । ରିମଲିଜ ହୋଇଥିବା ନୂଆ ଗୀତରେ ଫିଲ୍ମର ଲିଡ୍ ଷ୍ଟାର ସନ୍ନି ସିଂ ଓ ମାନବି ଗାଗ୍ରୁଙ୍କୁ ଦେଖିବାକୁ ମିଳିଛି । ଏଥିରେ ଚମନ୍ ଚରିତ୍ରରେ ସନି ସିଂଙ୍କୁ ଦେଖିବାକୁ ମିଳିବ ।

ରିଲିଜ୍ ହୋଇଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ତୋଚି ରୈନା । ସଙ୍ଗୀତ ନିର୍ଦ୍ଦେଶକ ଗୌରଭ-ରୋଶନି ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି । ପାନୋରୋମା ଷ୍ଟୁଡିଓଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ୍ । ୮ ନଭେମ୍ବରରେ ପରଦାକୁ ଆସିବ ଏହି ଫିଲ୍ମ ‘ଉଜଡା ଚମନ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More