Only for Entertainment

ଦୁଇ ନାୟିକାଙ୍କ ସହ ଆସୁଛନ୍ତି ଏହି ଓଲିଉଡ ନାୟକ !

wikipedia.com
0 44

୨୦୧୮ରେ ଦର୍ଶକ ଅନେକ ନୂଆ ସିନେମା ପରଦାରେ ଦେଖିବାକୁ ପାଇବେ । ଏଥିରେ ସାମିଲ୍ ହୋଇଛି ଏକ ଓଡ଼ିଆ ଛବି, ଯାହାର ନାମକରଣ ଏଯାଏଁ କରାଯାଇପାରି ନାହିଁ । ତେବେ ଫେବୃଆରି ମାସ ଶେଷ ସପ୍ତାହରେ ଏହି ଫିଲ୍ମର ଟାଇଟଲ୍ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରାରୁ ପ୍ରକାଶ ପାଇଛି ।

premara-nisha-niara-niaraଏଠାରେ ଯେଉଁ ଓଡ଼ିଆ ସିନେମା ସିନେମାର କଥା କୁହାଯାଉଛି ସେଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଶୁଭମ୍ । ଶୁଭମ୍ଙ୍କୁ ଦର୍ଶକ ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମର ନିଶା ନିଆରା ନିଆରା ’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ , ଯେଉଁଥିରେ ଶୁଭମ୍ଙ୍କ ବିପକ୍ଷରେ ନଜର ଆସିଥିଲେ ଜଣାଶୁଣା ଅଭିନେତ୍ରୀ ଜୀନା ସାମଲ । ହେଲେ ଶୁଭମ୍ଙ୍କ ଦ୍ୱିତୀୟ ସିନେମାରେ ତାଙ୍କ ବିପକ୍ଷରେ ନଜର ଆସିବେ ଜଣେ ନୁହେଁ, ବରଂ ଦୁଇ ଦୁଇ ଜଣ ନାୟିକା । ଏ ଦୁହିଁଙ୍କ ଭିତରୁ ଜଣେ ହେଲେ ସୁଶ୍ରୀ ଓ ଅନ୍ୟ ଜଣକ ହେଲେ ଝାନ୍ସୀ ।

Subham_Sushreeସୁଶ୍ରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଉଛି ‘ହେଲୋ’ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମା ପରେ ସେ ମନୋରଞ୍ଜନ ପାଲ୍ଙ୍କ ନିର୍ଦ୍ଦେଶିତ ‘ ବେଷ୍ଟ୍ ଅଫ୍ ଲକ୍’ ରେ ନବାଗତ ବରଦା ପ୍ରସନ୍ନ ଜେନାଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ହେଲେ ଏହି ସିନେମା ଏପର୍ଯ୍ୟନ୍ତ ମୁକ୍ତିଲାଭ କରିନାହିଁ । ଅପରପକ୍ଷରେ ଝାନ୍ସୀଙ୍କୁ ଦର୍ଶକ ‘ପ୍ରେମର ନିଶା ନିଆରା ନିଆରା’, ‘ଗୁଣ୍ଡା’ ଓ ‘ ମୁଁ ଗୋଟିଏ ଦୁଷ୍ଟ ପିଲା’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି । ଯେହେତୁ ଦୁଇ ଜଣ ନାୟିକା ଅଛନ୍ତି, ଏଣୁ ଏହି ନୂଆ ସିନେମାର କାହାଣୀରେ ପ୍ରେମ ତ୍ରିକୋଣ ରହିଛି ବୋଲି କୁହାଯାଇପାରେ । ଏହା ଏକ ଟିନ୍ଏଜ୍ ଲଭ ଷ୍ଟୋରି ବୋଲି ମଧ୍ୟ କୁହାଯାଉଛି ।

ଏହି ଅନ୍ଟାଇଟଲଡ ଫିଲ୍ମରେ ଶୁଭମ୍, ସୁଶ୍ରୀ ଓ ଝାନ୍ସୀଙ୍କ ବ୍ୟତୀତ ମିହିର ଦାସ ଓ ରତନ ମେହେର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନ କରିଛନ୍ତି ଭାରତୀ ନାୟକ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦେବ୍ । ସୌମିତ୍ରୀ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ । ମନୋରଂଜନ ଦାସ ଏହି ସିନେମାର ସଂଳାପ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More