Only for Entertainment

ବଲିଉଡରେ ଝଡ଼ ସୃଷ୍ଟି କଲା ଉଦୟ ଚୋପ୍ରାଙ୍କ ଟ୍ୱିଟ । ଫ୍ୟାନ୍ସଙ୍କ ଚିନ୍ତା ବଢିବାରୁ ତୁରନ୍ତ ଡିଲିଟ କରିଦେଲେ ।

ndtv
17

ବଲିଉଡ ଆକ୍ଟର ଉଦୟ ଚୋପ୍ରା ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି । କିନ୍ତୁ ଅଚାନକ ସେ ସେତେବେଳେ ଟ୍ରେଣ୍ଡ କରିବାକୁ ଲାଗିଲେ ଯେତେବେଳେ ଟ୍ୱିଟର ଆକାଉଂଟରେ ସେ ଦୁଇଟି ଟ୍ୱିଟ କରିଦେଲେ ଏବଂ ପରେ ତାହାକୁ ଡିଲିଟ କରିଦେଲେ । ସେ ତାଙ୍କ ପ୍ରଥମ ଟ୍ୱିଟରେ ଲେଖିଲେ ମୁଁ ଠିକ ନାହିଁ, ମୁଁ ଚେଷ୍ଟା କରୁଛି, କିନ୍ତୁ ଅସଫଳ ରହୁଛି । ଏହାର କିଛି ସମୟ ପରେ ସେ ଅନ୍ୟ ଏକ ଟ୍ୱିଟ କଲେ । ଯେଉଁଥିରେ ଲେଖିଲେ କିଛି ସମୟ ପାଇଁ ମୁଁ ମୋ ଟ୍ୱିଟର ଆକାଉଂଟ ଡିଲିଟ କରିଦେଲି, ଏଭଳି ମନେହେଲା ଯେପରି ମୁଁ ମରିଯିବି । ଏହା ଖୁବ ଅଦ୍ଭୁତ ଥିଲା । ମୋତେ ଲାଗୁଛି ଏହା ଆତ୍ମହତ୍ୟାର ସବୁଠାରୁ ଭଲ ଉପାୟ । ମୁଁ ଖୁବଶୀଘ୍ର ଏହାକୁ ସବୁଦିନ ପାଇଁ କରିପାରେ । ଏହାପରେ ସେ ଟ୍ୱିଟ ଡିଲିଟ କରିଦେଲେ ।

ବାସ୍ତବରେ ଉଦୟଙ୍କ ଟ୍ୱିଟର ବିଭିନ୍ନ ଲୋକଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଲା । ଯାହାପରେ ଉଦୟ ଅନ୍ୟ ଏକ ଟ୍ୱିଟ କରି ଚିନ୍ତା ନକରିବା ପାଇଁ ସମସ୍ତଙ୍କୁ କହିଲେ ଏବଂ କିଛି ମନ କଥା ଲେଖିଲେ ।

ସମସ୍ତଙ୍କ ଭାବନାକୁ ଧନ୍ୟବାଦ ମଧ୍ୟ ଜଣାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More