Only for Entertainment

ଆଲ୍ଲାଦ୍ଦିନଙ୍କ ପରି ଆସିଲା ବର, କନ୍ୟାକୁ ନେଲା ଉଡାଇ! ଭାଇରାଲ ହେଉଛି ଭିଡିଓ

ndtv
0 59

ନିଜର ବିବାହକୁ ଖାସ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି । ଏହାର ପ୍ରମାଣ ଆମେ ଅନେକଥର ସେସିଆଲ ମିଡିଆରେ ଦେଖିଛେ । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଅନୋଖା ବିବାହ ଦେଖିବାକୁ ମିଳିଛି । ୟୁକେର ଏହି ବିବାହରେ ବର ଆଲ୍ଲାଦ୍ଦିନଙ୍କ ପରି ଉଡି ଉଡି ବିବାହ କରିବାକୁ ଆସୁଥିବାର ଦେଖିବାକୁ ମିଳିଛି । ଏହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । ଯାଦୁର ଚାଦରରେ ଠିଆ ହୋଇ ବର ସହର ପରିକ୍ରାମା କରିବା ପରେ ବିବାହ ବେଦୀରେ ପହଁଚିଥଲା । ରାସ୍ତାରେ ଅନେକ ଲେକେ ଏହାକୁ କ୍ୟାମେରାରେ କଏଦ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏପରି ବିବାହ ସୋସିଆଲ ମିଡିଆରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ବିବାହ ପରେ ବର ନବବଧୂକୁ ଚାଦରରେ ନେଇ ଉଡି ଯିବାର ମଧ୍ୟ ଦେଖିବାକୁ ମିଳିଛି । ଫେସବୁକରେ ଅନେକ ପେଜ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓକୁ ବର୍ତ୍ତମାନ ଶୁଦ୍ଧା ୫୫ ହଜାର ସେୟାର କରାଯାଇଥିବା ବେଳେ ୪ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହାପରେ ମଧ୍ୟ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More