Only for Entertainment

ପୁଣି ବିଦେଶରେ ଭାରତର ଚର୍ଚ୍ଚା, ଲଣ୍ଡନରେ ପୂଜା ପାଇଲେ ମା ଦୂର୍ଗା

punjabkesari
40

ଭାରତୀୟ ପରମ୍ପରାକୁ ବିଦେଶରେ ଅନୁସରଣ କରୁଥିବାର ଉଦାହରଣ ଥରେ ନୁହେଁ ବରଂ ବାରମ୍ବାର ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରେ ସାମିଲ ଅଛି ରଥଯାତ୍ରା । ଗତ କିଛି ବର୍ଷ ହେବ ବିଦେଶରେ ରଥଯାତ୍ରା ପାଳନ ହୋଇ ଆସୁଛି । କିନ୍ତୁ ନିକଟରେ ପୁଣି ଏକ ପର୍ବକୁ ଅନୁସରଣ କରିଛନ୍ତି ବିଦେଶୀ ।

ଆଜ୍ଞା ହଁ ଲଣ୍ଡନ ଦୂର୍ଗାପୂଜା ସମିତି ସୁବ୍ରତ ପଲଙ୍କ କବିତା ଉପରେ ଆଧାରିତ ‘ଆପକୀ ଦୂର୍ଗା ମେରୀ ଦୂର୍ଗା’ ଥିମ ଉପରେ ଏହାକୁ ଆୟୋଜନ କରାଯାଇଛି । ଏହି ଥିମ ଧେର୍ଯ୍ୟ ଏବଂ ନିଷ୍ଠୁରତାକୁ ଦେଖାଉଛି, ଯାହାର ସାମ୍ନା କରୁଛନ୍ତି ମହିଳା । କାରଣ ଭାରତରେ ପାଳନ ହେଉଥିବା ସମସ୍ତ ପର୍ବରେ ଦେଖା ଯାଉଥିବା ପ୍ରତିମୂର୍ତ୍ତି ଏକ ଭିନ୍ନ ପ୍ରକାରର ବାର୍ତ୍ତା ଦେଇଥାଏ । ଲଣ୍ଡନର ସ୍ୱିମ କଟେଜ ପୁସ୍ତକାଳୟରେ ସ୍ଥାପିତ ହୋଇଥିବା ମା ଦୂର୍ଗାଙ୍କ ପ୍ରତିମୂର୍ତ୍ତିକୁ ପଦ୍ୟୁତ ପାଲ ଗଢିଛନ୍ତି । ଫାଇବର ଗ୍ଲାସରେ ଗଢା ହୋଇଥିବା ଏହି ପ୍ରତିମାରେ ଭାରତୀୟ ପରମ୍ପରାର ଠିକ ଭାବରେ ଯତ୍ନ ନିଆଯାଇଛି । ଲଣ୍ଡନର ବୋରୋ ଅଫ କ୍ୟାମଡନରେ ଆୟୋଜିତ ଦୂର୍ଗାପୂଜାରେ ମଧ୍ୟ ହଜାର ହଜାର ଲୋକ ସାମିଲ ହେବେ ବୋଲି ଆଶା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More