Only for Entertainment

ଦେଶୀ ଗର୍ଲଙ୍କୁ ବୋହୂ କରିବା ପାଇଁ ପହଂଚିଥିବା ବରଯାତ୍ରୀ କଲେ ଏଭଳି ଡ୍ୟାନ୍ସ,ଦୁଇ ଥର ବଧୁ ବେଶରେ ସଜେଇ ହେବେ ପ୍ରିୟଙ୍କା ।

punjab kesari
28

ଆସନ୍ତା କାଲି ଅର୍ଥାତ ୨ ଡିସେମ୍ବରରେ ନିକ ଜୋନସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ।ଏହି ମଧ୍ୟରେ ପରିବାର ସଦସ୍ୟଙ୍କ ସହିତ ଖୁବ ମସ୍ତୀ କରୁଛନ୍ତି ପିଗି ଚପ୍ସ ।ବିବାହକୁ ନେଇ ସୋସିଆଲ ମିଡିଆରେ କେତେକ ଫଟୋ ଏବଂ ଭିଡ଼ିଓ ଅପଡେଟ୍ସ ଆସୁଛି ।ଫ୍ୟାନ୍ସ ଏହି କ୍ୟୁଟ କପଲଙ୍କ ବିବାହକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଏହି ମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡ଼ିଓ ଭାଇରାଲ ହେଉଛି । ଏକ ଭିଡ଼ିଓରେ ଦେଖିବାକୁ ମିଳିଛିଯେ ବିଦେଶୀ ଅତିଥି ମାନେ ଭାରତ ଆସି ଏୟାରପୋର୍ଟରେ ଡ୍ୟାନ୍ସ କରୁଛନ୍ତି । ଅନ୍ୟ ଏକ ଭିଡ଼ିଓରେ ଉମେଦ ଭବନକୁ ବୋହୂ ଭଳି ସଜା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଦୁଇଟି ରୀତିନୀତିରେ ବିବାହ କରିବେ ।ତେବେ ବିବାହକୁ ଅତିଥି କ୍ୟାମେରା ଏବଂ ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ ବୋଲି ନିୟମ ହୋଇଛି ।ସେମାନଙ୍କ ଫୋନ ନେଇ ଏକ ଟୋକନ ଦିଆଯିବ ଏବଂ ବିବାହ ସରିବା ପରେ ତାହା ଫେରାଇ ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More