Only for Entertainment

ବିଚ୍ଛେଦ ହେବେ କି ବିରୁଷ୍କା! ସାମ୍ନାକୁ ଆସିଲା ସାଂଘାତିକ ସତ୍ୟ ।

india today
0 60

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଟେଲିଭିଜନ ଶୋ ‘କଫି ୱିଥ କରନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହ ପରେ ଏହି ଯୋଡ଼ି ପ୍ରଥମ ଥର ପାଇଁ ଟେଲିଭିଜନ ଶୋରେ କଥାବାର୍ତ୍ତା ହେଉଥିବାର ନଜର ଆସିବେ । ଏହି ଶୋ ଦ୍ୱାରା କରନଙ୍କ ସହିତ କଥା ହେଉଥିବା ସମୟରେ ଦୁଇଜଣଙ୍କ ନିଜ ଜୀବନ ବିଷୟରେ କେତେକ କଥା ଶୁଣିବାକୁ ମିଳିବ ।

ଶୋକୁ ଆସିବା ପୂର୍ବରୁ ଅନୁଷ୍କା ଏକ ସର୍ତ୍ତ ରଖିଥିଲେ,ଯାହାକୁ ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଚୁପ ହୋଇ ଯାଇଛନ୍ତି । ବାସ୍ତବରେ ଅନୁଷ୍କାଙ୍କ କହିବା ଅନୁସାରେ ଏହି ଶୋକୁ ସେ ବିରାଟଙ୍କ ସହିତ ନୁହେଁ ବରଂ ସହକାରୀ ପ୍ରଯୋଜକ ପ୍ରେରଣାଙ୍କ ସହିତ ଆସିବେ ।
ବାସ୍ତବରେ ଅନୁଷ୍କା ତାଙ୍କ ଫିଲ୍ମ ପରୀର ପ୍ରମୋଶନ ପାଇଁ ଆସୁଛନ୍ତି । କିନ୍ତୁ ଶୋ ନିର୍ମାତାଙ୍କ ବିଶେଷ ଅନୁରୋଧ ପରେ ସେ ବିରାଟଙ୍କ ସହିତ ଆସିବାକୁ ରାଜି ଅଛନ୍ତି । ତେବେ ବିରାଟ ଏବେ ଅନୁଷ୍କାଙ୍କ ସହିତ ଏକ ବିଶେଷ ଅଧ୍ୟାୟରେ ନଜର ଆସିବେ । ଏହା ଖୁବ ହୃଦୟଛୁଆଁ ହେବ ବୋଲି ଆଶା କରାଯାଉଛି କାରଣ ବିବାହ ପରେ ପ୍ରଥମ ଥର ପାଇଁ ଅନୁଷ୍କା ଏବଂ ବିରାଟ ଏକା ସାଙ୍ଗରେ ଟେଲିଭିଜନରେ ନଜର ଆସିବେ ।

ଅନୁଷ୍କାଙ୍କ ଅଭିନୀତ ଫିଲ୍ମ ପରୀ ୨ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । ଅନୁଷ୍କାଙ୍କ ସହିତ ପରମବ୍ରତ ଚାଟାର୍ଜୀ, ରଜତ କପୁର ଏବଂ ରୀଜା ବିହାରୀ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More