Only for Entertainment

୭୨ ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ଡେଟ କରୁଥିଲେ ୩୬ ବର୍ଷୀୟା ଇଭାଙ୍କା ଟ୍ରମ୍ପ । ସାମ୍ନାକୁ ଆସିଲା ଅବିଶ୍ୱସନୀୟ ଘଟଣା ।

sheknows.com
0 68

ପ୍ରସିଦ୍ଧ ଗୀତିକାର କ୍ୱିଂନ୍ସି ଜୋଁସ ଆଶ୍ଚର୍ଯ୍ୟ ଲାଗିବା ଭଳି ଘଟଣାର ପର୍ଦ୍ଦାଫାସ କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ଡେଟ କରିଛନ୍ତି । ତେବେ ଏକ ମାଗାଜିନରେ କଥା ହେବା ସମୟରେ ସେ ଏଭଳି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ଇଭାଙ୍କାଙ୍କୁ ଡେଟ କରିବା ତାଙ୍କର ସମସ୍ତ ଛୋଟ ଘଟଣା ମଧ୍ୟରୁ ଏକ ପସନ୍ଦୀୟ ଘଟଣା ।

ସାକ୍ଷାତକାରରେ କ୍ୱିଂନ୍ସି କହିଛନ୍ତିଯେ ଡିଜାଇନର ଟମି ହିଲଫିଗରଙ୍କ ମାଧ୍ୟମରେ ସେମାନଙ୍କର ସାକ୍ଷାତ ହୋଇଥିଲା । ତେବେ ଏହା ହେଉଛି ୧୨ ବର୍ଷ ତଳର ଘଟଣା । ପୁରଣା ସ୍ମୃତିକୁ ମନେ ପକାଇ ସେ କହିଛନ୍ତିଯେ ଟମି ହିଲଫିଗର ତାଙ୍କ ଝିଅ କିଦାଦାଙ୍କ ସହିତ କାମ କରୁଥିଲେ । ତାଙ୍କ କହିବା ଅନୁସାରେ ଇଭାଙ୍କା ତାଙ୍କ ସହିତ ଡିନର କରିବାକୁ ଚାହୁଁଥିଲେ । ଏବେ ଇଭାଙ୍କଙ୍କ ବୟସ ୩୬ ବର୍ଷ ଏବଂ କ୍ୱିଂନ୍ସିଙ୍କ ବୟସ ୮୪ ବର୍ଷ । ତେବେ ଟଲଫିଗରଙ୍କ ପ୍ରସ୍ତାବରେ ସେ ହଁ କରିଥିବା କଥା ମଧ୍ୟ କହିଛନ୍ତି ।

ଏହା ସହିତ ସେ ଟ୍ରମ୍ପଙ୍କୁ ମଧ୍ୟ ବିରୋଧ କରିବା ଭଳି କଥା କହିଛନ୍ତି । କେବଳ ସେତିକି ନୁହେଁ ବରଂ ସେ ମାଇକେଲ ଜ୍ୟାକସନଙ୍କୁ ଲୋଭୀ ବୋଲି କହିଛନ୍ତି । ତେବେ କାର୍ଯ୍ୟକ୍ରମରେ ସେ ତାଙ୍କ ବନ୍ଧୁ କାସବ୍ୟାୟଙ୍କ ବିଷୟରେ କିଛି କହିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More