Only for Entertainment

କେବେ କାଜୋଲଙ୍କୁ ବିବାହ କରିଥାନ୍ତେ ଏହି ବ୍ୟକ୍ତି,ଆଜି ଚିହ୍ନିବା ମଧ୍ୟ କଷ୍ଟକର ହୋଇଯାଇଛି ।

amarujala
0 116

କୌଣସି ବ୍ୟକ୍ତି ପାଇଁ ସମୟ କେବେ ସ୍ଥିର ରହି ନଥାଏ । ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟୀ । ବଲିଉଡରେ ଏଭଳି କିଛି ଅଭିନେତା ଥିଲେ ଯେଉଁମାନଙ୍କର ୨ ବା ୩ଟି ଫିଲ୍ମ ହିଟ ହୋଇଥିଲା କିନ୍ତୁ ପରେ ସେମାନେ ପରଦାରୁ ସବୁଦିନ ପାଇଁ ହଜି ଯାଇଛନ୍ତି । ସମୟ ଓ ପରିସ୍ଥିତିରେ ପଡ଼ି ହଜି ଯାଇଥିବା ଏହି କଳାକାରଙ୍କ ବିଷୟରେ ଆସନ୍ତୁ ଆଲୋଚନା କରିବା ।

 

bijay
ଆମେ ଯେଉଁ ତାରକାଙ୍କ ବିଷୟରେ ଆଲୋଚନା କରିବା ସେ ହେଉଛନ୍ତି ବିଜୟ ଆନନ୍ଦ । ୧୯୯୮ରେ ବିଜୟ ଆନନ୍ଦ ଫିଲ୍ମ ‘ପ୍ୟାର ତୋ ହୋନା ହି ଥା’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ କାଜୋଲଙ୍କ ଭାବି ସ୍ୱାମୀ ଭାବରେ ନଜର ଆସିଥିଲେ । ସେଥିରେ ସେ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ଏହାପରେ ସେ କେଉଁଆଡ଼େ ହଜିଗଲେ । କିନ୍ତୁ ଏତେ ବର୍ଷ ପରେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ବିଜୟ ଆନନ୍ଦ ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଆପଣଙ୍କର ହୋସ ଉଡ଼ିଯିବ । ତାଙ୍କୁ ଏହି ଫଟୋରେ ଚିହ୍ନିବା ଖୁବ କଷ୍ଟକର ହୋଇଯାଇଛି । ଏହାକୁ ଦେଖିବା ପରେ କେହି ମଧ୍ୟ ବିଶ୍ୱାସ କରିବେ ନାହିଁ ଯେ ଇଏ ସେହି ଚକୋଲେଟ ବଏ ବିଜୟ ଯିଏ କାଜୋଲଙ୍କ ସହିତ ଏତେ ସୁନ୍ଦର ଅଭିନୟ କରିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

୧୭ ବର୍ଷ ପରେ ସେ ଅଭିନୟ ଦୁନିଆକୁ ଫେରିଛନ୍ତି । ତେବେ ବଡ଼ ପରଦାରେ ନୁହେଁ କିନ୍ତୁ ଛୋଟ ପରଦାରେ । ସେ ଟିଭି ମେଗା ଧାରାବାହିକ ‘ସିୟା କେ ରାମ’ରେ ଜନକ ରୂପରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More