Only for Entertainment

ବିଗବସର କିଛି ମିଛ ଉପରୁ ପରଦା ଉଠାଇଲେ ପୁର୍ବ ପ୍ରତିଯୋଗୀ ।

InUth.com
34

ବିଗ ବସ ଦେଖିବାକୁ ସମସ୍ତେ ଭଲ ପାଆନ୍ତି । କାରଣ ସେଥିରେ ଭିନ୍ନ ଭିନ୍ନ ଟ୍ୱିଷ୍ଟ ଦେଖିବାକୁ ମିଳିଥାଏ । ବିଗ ବସ ଘରେ ବିଭିନ୍ନ ପ୍ରକାରର ନୀତି ନିୟମ ରହିଥାଏ,ଯାହାକୁ ପ୍ରତିଯୋଗୀ ମାନଙ୍କୁ ମାନିବାକୁ ପଡ଼ିଥାଏ । ଯଦି ସେ ନମାନନ୍ତି ତେବେ ଦଣ୍ଡ ମିଳିଥାଏ । ତେବେ ପ୍ରିୟ ରିଆଲିଟି ଶୋ ବିଗବସକୁ ନେଇ ପୂର୍ବ ପ୍ରତିଯୋଗୀ ନିତିଭା କୌଲଙ୍କ ଠାରୁ କିଛି କଥା ଶୁଣିବାକୁ ମିଳିଛି,ଯାହା ମିଛ ଉପରୁ ପରଦା ଉଠାଇଛି । ସୋ’ର ସମୟକୁ ନେଇ ଲୋକମାନଙ୍କୁ ଦିଆଯାଉଥିବା ଧୋକା ବିଷୟରେ ଜଣାଇଛନ୍ତି ନିତିଭା । ଏକ ୟୁଟ୍ୟୁବ୍‌ ଭିଡ଼ିଓ ତିଆରି କରି ସେ ସୋ’ର ସମୟ ବିଷୟରେ କହିଛନ୍ତି । .

ତାଙ୍କ କହିବା ଅନୁଯାୟୀ, “ସୋ’ରେ ସବୁ ବେଳେ ଦେଖାଯାଏ କି ସକାଳ ୯ଟାରେ ଗୀତ ବଜାଇ ପ୍ରତିଯୋଗୀମାନଙ୍କୁ ଉଠା ଯାଇଥାଏ। କିନ୍ତୁ ଏହା ସଂପୁର୍ଣ୍ଣ ମିଛ। ପ୍ରତିଯୋଗୀମାନଙ୍କର ଉଠିବା ସମୟ ପୂର୍ବଦିନର ସୁଟିଂ ଶେଷ ହେବାର ସମୟ ଉପରେ ନିର୍ଭର କରିଥାଏ । କିନ୍ତୁ ଯେତେ ବିଳମ୍ବ ହେଲେ ବି ସମୟ ସକାଳ ୯ଟା ହିଁ ଦେଖା ଯାଇଥାଏ । ଘଣ୍ଟା ନଥିବାରୁ ଆମେ ସୂର୍ଯ୍ୟଙ୍କୁ ଦେଖି ସମୟ ଜାଣିଥାଉ। ଯଦି ସୂର୍ଯ୍ୟ ଆମ ମୁଣ୍ଡ ଉପରେ ଥିବେ ତେବେ ୧୧ କି ୧୨ଟା ସମୟ ହୋଇଛି ବୋଲି ଜାଣିଥାଉ। ଏହା ସହ ଓ୍ଵିକେଣ୍ଡ କା ଓ୍ଵାର୍‌ରେ ପ୍ରତିଯୋଗୀମାନଙ୍କ ପାଇଁ ସଲମାନଙ୍କ ଘରୁ ଖାଇବା ଆସିଥାଏ” ବୋଲି ନିତିଭା କହିଛନ୍ତି। .

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More