Only for Entertainment

ସପୁରୀ ବିଷୟରେ କିଛି ଅବିଶ୍ୱସନୀୟ କଥା ।

live science
0 85

ସବୁରୀ ଏକ ଏଭଳି ଫଳ ଯାହାକୁ ପ୍ରାୟ ଲୋକ ଖାଇବାକୁ ପସନ୍ଦ କରନ୍ତି । କେବଳ ଫଳ ଭାବରେ ନୁହେଁ ବରଂ ଜୁସ କରି ପିଇବାକୁ ମଧ୍ୟ ଲୋକ ଭଲ ପାଆନ୍ତି । ଖରାଦିନ ହେଉ କିମ୍ବା ଅନ୍ୟ ଦିନ ଏହାର ଚାହିଦା ସବୁବେଳେ ରହିଥାଏ । ଓଡ଼ିଶାରେ ସାବିତ୍ରୀ ଅମାବାସ୍ୟା ଦିନ ପୂଜା ପାଇଁ ବ୍ୟବହାର ହେଉଥିବା ଆମ୍ବ,ପଣସ ଓ ତାଳସଜ ଭଳି ସପୁରୀର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ଏହାକୁ ମଧ୍ୟ ପୂଜାରେ ବ୍ୟବହାର କରିବା ବାଧ୍ୟତାବୂଳକ କରାଯାଇଛି । କିନ୍ତୁ ଏହି ସପୁରୀକୁ ନେଇ ଏଭଳି କିଛି କଥା ଅଛି ଯାହାକୁ ଆପଣ ମଧ୍ୟ ଜାଣିବା ଉଚିତ ।

କଂଚା ସପୁରୀକୁ ବିଷାକ୍ତ ବୋଲି କୁହାଯାଏ । ଏହାକୁ ଖାଇବା ଦ୍ୱାରା ଗଳାରେ ଜଳାପୋଡ଼ା ହୋଇଥାଏ,ଏହା ସହିତ ପେଟରେ ମଧ୍ୟ ସମସ୍ୟା ଦେଖାଦିଏ ।

ଗୋଟିଏ ସପୁରୀ ପରିପକ୍ୱ ହେବା ପାଇଁ ୩ ବର୍ଷ ସମୟ ନେଇଥାଏ । ଏଥିରୁ ଜଣାପଡ଼େ ତାହା କେତେ ମୂଲ୍ୟବାନ ।
ସପୁରୀର ଶେଷ ଭାଗ ଏବଂ ତାହାର ଚୋପାକୁ ଆଲକହଲ ଓ ଭିନେଗାର ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ ।

ଥରେ ସପୁରୀକୁ ଅମଳ କରିସାରିବା ଏହା ଅନ୍ୟ ଫଳ ମାନଙ୍କ ପରି ପରେ ପରିପକ୍ୱ ହୋଇନଥାଏ ।

ଗଛରେ ଥିବା ଅବସ୍ଥାରେ କେବଳ ପରିପକ୍ୱ ହୋଇଥାଏ ।

ଥରେ ସପୁରୀ ପାଚିବା ପରେ ଏହାକୁ ୨ ଦିନରେ ଖାଇବା ଉଚିତ ।

ଅମୃତଭଣ୍ଡା ଭଳି ସପୁରୀକୁ ମଧ୍ୟ ମାଂସ ନରମ କରିବା ପାଇଁ ବ୍ୟବହାର କରାଯାଏ ।ଏହା ବ୍ୟତୀତ ଅମୃତଭଣ୍ଡା ଭଳି ସପୁରୀକୁ ମଧ୍ୟ ଗର୍ଭବତୀ ମହିଳା ଖାଇବା ଅନୁଚିତ । ଏହାକୁ ଅଧିକ ଖାଇବା ଦ୍ୱାରା ମିସକ୍ୟାରେଜ ହୋଇଥାଏ ।

ସପୁରୀର କୋର ଗୁଡ଼ିକ ଉଚ୍ଚ ସ୍ତରୀୟ ବ୍ରୋମେଲେନ ଧାରଣ କରିଥାଏ । ଏହା ଏକ ପ୍ରୋଟିଓଲାଇଟିକ ଏନଜାଇମ ଯାହା କର୍କଟରୁ ରକ୍ଷା କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More