Only for Entertainment

ଏହିଭଳି ଦୂର କରନ୍ତୁ ଆଖି ତଳ କଳା ଦାଗ ।

regardpost.com
64

ଘରୋଇ ଓ ପ୍ରାକୃତିକ ଉପଚାର ଦ୍ୱାରା ଆପଣ ତ୍ୱାଚାକୁ ସୁନ୍ଦର ଓ ଆର୍କଷଣ କରିପାରିବେ।

ନମନୀୟ ତ୍ୱଚା : ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡ ନିଅନ୍ତୁ । ସେଥିରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଗୋରା ତ୍ୱଚା : ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫-୨୦ ମିନିଟ୍ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଫରକ ନିଜେ ଜାଣିପାରିବେ।

ମୁହଁ ଭାଙ୍ଗ ଦୂର କରିବା ପାଇଁ : ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ । ତେଣୁ ଅମୃତଭଣ୍ଡା ଚୋପାକୁ ମୁହଁରେ ଖସନ୍ତୁ ।

ଆଖିତଳ କଳା ଦାଗ ଦୂର କରେ : ପାଚିଲା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଳଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ପାପୁଲିରେ ଧୀରେ ଧୀରେ ଘସି ଉଷୁମ ପାଣିରେ ଏକ କଟନକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ।

ସନ୍ ଟ୍ୟାନ ଦୂର ପାଇଁ : ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ । ସେଥିରେ ଏକ ଚାମଚ ମହୁ ଓ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦-୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଶୁଖିଗଲା ପରେ ଉଷୁମ ପାଣିରେ ଘସି କାଢି ଦିଅନ୍ତୁ ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ।

ବ୍ରଣ ଦୂର କରିବାକୁ : ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାରେ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫-୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପରେ ଏହାର ଫରକ ଜାଣିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More