Only for Entertainment

ଅଭିନେତ୍ରୀ ଉର୍ବସୀ ରାଉତେଲାଙ୍କୁ ଦିଆଗଲା ଜୀବନରୁ ମାରିବାର ଧମକ । କିନ୍ତୁ କାହିଁକି?

aajtak
0 61

ବଲିଉଡ ଅଭିନେତ୍ରୀ ଉର୍ବସୀ ରାଉତେଲାଙ୍କ ଅଭିନୀତ ଫିଲ୍ମ ହେଟ ଷ୍ଟୋରୀ ୪ ରିଲିଜ ହେବା ପୂର୍ବରୁ ଏକ ବିରାଟ ସମସ୍ୟା ମୁଣ୍ଡ ଟେକିଛି । ଫିଲ୍ମର ଟ୍ରେଲରରେ ଏକ ଡାଏଲଗକୁ ନେଇ ଏହି ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି । ଲୋକଙ୍କ କହିବା ଅନୁସାରେ ଉର୍ବସୀ ଦୌପଦୀଙ୍କର ଅପମାନ କରିଛନ୍ତି ।

ରିଲିଜ ହୋଇଥିବା ଏକ ଟ୍ରେଲରରେ ଉର୍ବସୀ ନିଜକୁ ଦ୍ରୌପଦୀଙ୍କ ସହିତ ତୁଳନା କରିଛନ୍ତି । ସେଥିରେ ସେ କହିଛନ୍ତିଯେ ଦ୍ରୌପଦୀଙ୍କର ତ ପାଂଚ ପତି ଥିଲେ କିନ୍ତୁ ଏଠାରେ ତ ମାତ୍ର ୨ ଜଣ । ଏହି କାରଣରୁ ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି । ତେବେ ଉର୍ବସୀ ଫିଲ୍ମ ବିବାଦରେ ଫସିଥିବାର ନଜର ଆସୁଛି । ଫିଲ୍ମରେ ଉର୍ବସୀ ଦୁଇ ଭାଇଙ୍କ ସହିତ ଅଫେୟର କରୁଥିବାର ନଜର ଆସିଛନ୍ତି । ତେବେ ଏହି ଧମକ ଦ୍ୱାରା ଉର୍ବସୀ ଭୟଭୀତ ହୋଇ ଯାଇଥିବା କଥା ସାମ୍ନାକୁ ଆସିଛି ।

ହେଟ ଷ୍ଟୋରୀ ୪ର ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ଖୁବ ବୋଲ୍ଡ ସୀନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କରଣ ବାହୀଙ୍କ ବ୍ୟତୀତ ଫିଲ୍ମରେ ବିବାନ ଭଥେନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।
ଟ୍ରେଲର ଅନୁସାରେ ଉର୍ବସୀ ଜଣେ ଫିଲ୍ମ ତାରକା ହେବାର ଇଛା ରଖିଛନ୍ତି ଏବଂ ଏକ ଫଟୋଗ୍ରାଫର ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସାହାଯ୍ୟ କରିଛନ୍ତି । ଫିଲ୍ମରେ କରନ ଏବଂ ବିବାନ ଦୁଇ ଭାଇ ହୋଇଛନ୍ତି ଏବଂ ଦୁଇଜଣ ଗୋଟିଏ ଝିଅକୁ ପ୍ରେମ କରୁଛନ୍ତି । ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଏକ ଝିଅ ସେମାନଙ୍କ ଜୀବନରେ ଆସିଛି ଏବଂ କାହାଣୀରେ ଟ୍ୱିଷ୍ଟ ଆସିଛି ଏବଂ ସଂପୂର୍ଣ୍ଣ କାହାଣୀ ପରିବର୍ତ୍ତନ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More