Only for Entertainment

କାହିଁକି ଡାକ୍ତରମାନେ ଅଧିକ ଜୀବନ ବୀମା ପଲିସ୍ କରିଥାନ୍ତି? ଆପଣ ଜାଣନ୍ତି କି ?

thefix.com
0 40

କେବେ ଆପଣ ଭାବିଛନ୍ତି ରୋଗ ଡରରେ ଆପଣ ଯେଉଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି , ସେହି ଡାକ୍ତର କାହାକୁ ଡରିଥାନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି କିଛି ଇନ୍ସୁରାନ୍ସ ଏଜେଂଟ ଓ ମ୍ୟୁଚୁଅଲ୍ ଫଣ୍ଡ ବ୍ରୋକର୍ସ । ସେମାନଙ୍କୁ ପଚାରିବା ଦ୍ୱାରା ଏହା ଜଣାପଡିଛି ଯେ ,ଦେଶର ଟପ୍ ଡାକ୍ତର ଓ ସର୍ଜନ ସବୁଠୁ ଅଧିକ ନିବେଶ କେଉଁଠାରେ କରନ୍ତି । ଡାକ୍ତର ମାନେ ପାଖପାଖି ୬-୭ଟି ଇନ୍ସୁରାନ୍ସ ପଲିସ୍ କରିଥାନ୍ତି । ଏବଂ ସେ ମଧ୍ୟ ନକରାତ୍ମକ ଓ ଅସୁରକ୍ଷିତ ନିବେଶକଙ୍କ ଶ୍ରେଣୀରେ ସାମିଲ୍ ହୋଇଥାନ୍ତି ।

ଏହା କୌଣସି ମିଛ ତଥ୍ୟ ନୁହେଁ , ଏକ ଅଫିସିଆଲ୍ ଆକଳନ ଅଟେ । ଏବେ ପ୍ରଶ୍ନ ଉଠୁଛି ଡାକ୍ତରମାନେ ନିଜର ଜୀବନର ଅନିଶ୍ଚିତତାକୁ ନେଇ କାହିଁକି ଚିନ୍ତା କରିଥାନ୍ତି । ମୁମ୍ବାଇର ଜସଲୋକ ହସ୍ପିଟାଲରେ ଇଂଟରଭେଶନଲ କାର୍ଡିଓଲୋଜି ଡିପାର୍ଟମେଂଟରେ ଅନନାରୀ କନସୋଟାଂଟ ଏମ୍ ବିଶ୍ୱନାଥନ କହିଛନ୍ତି , ‘ଆମେ ନିଜର ଜୀବନରେ ବହୁତ ଡେରିରେ ଅର୍ଥ କମାଇବା ଆରମ୍ଭ କରିଥାଉ । ଏହାକୁ ନେଇ ଆମେ ପୁରା ଜୀବନ ଅସୁରକ୍ଷିତ ଚିନ୍ତା କରିଥାଉ । ଆମକୁ ଅଭାବୀର ମାନସିକତା ଗ୍ରାସ କରିଥାଏ । ଆମକୁ ଜଣାପଡିନଥାଏ କି କେତେ ଅର୍ଥ ପାଖରେ ଥିଲେ ସୁଖି ହୋଇପାରିବୁ ।’

ବାସ୍ତବିକ୍ ଡାକ୍ତର ଓ ଓଳିଲଙ୍କର ଏମିତି ଏହି ପେଶା , ଯାହାକି କ୍ୟାରିୟରର ଲମ୍ବା ସମୟ ପରେ ମୋଟା ଅର୍ଥ କମାଇଥାନ୍ତି । ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ଅନୁମାନ ୩୨ ବର୍ଷ ବା ଏହାଠୁ ଅଧିକ ବୟସ ପରେ ନିୟମିତ ବେତନ ପାଇଥାନ୍ତି । ଜଣେ ଟପ୍ ରାକିଂ ମେଡିକାଲ୍ ଷ୍ଟୁଡେଂଟଙ୍କର ଭଲ ଇଂଜିନିୟରିଂ ଗ୍ରାଜୁଏଟ୍ ସହ ତୁଳନା କଲେ ଜଣାପଡିବ କି ଇଂଜିନିୟର ୨୦ ବର୍ଷ ବୟସରେ ଅର୍ଥ କମାଇଥାନ୍ତି ଏବଂ ୩୦ ବର୍ଷ ହେବାବେଳକୁ ତାଙ୍କର ଦରମା ଲକ୍ଷରେ ପହଁଚିଯାଇଥାଏ । ସେତେବେଳ ଯାଏ ଡାକ୍ତର ସ୍ପେଶାଲିଟି ହାସଲ କରିବା ପାଇଁ ପୋଷ୍ଟଗ୍ରାଜୁଏସନ କରିବାରେ ବ୍ୟସ୍ତ ରହିଥାନ୍ତି । ସେବେ ଯାଏ ତାଙ୍କ ଉପରେ ଏଜୁକେଶନ ଲୋନ୍ ର ବଡ ବୋଝ ପଡିଥାଏ ।

ମୁମ୍ବାଇର ମୁକୁନ୍ଦ ହସ୍ପିଟାଲର ସିନିୟର କନସଲଟିଂ ଗାୟନକଲୋଜିଷ୍ଟ ମୀନା ପ୍ରଭୁ କୁହନ୍ତି , ‘ ଉଭୟ ଇଂଜିନିୟର ଓ ଡାକ୍ତରମାନେ ଦ୍ୱାଦଶ ଶ୍ରେଣୀ ପରେ ବ୍ୟାବସାୟିକ ଶିକ୍ଷା ଆରମ୍ଭ କରିଥାନ୍ତି । ’ ୪ବର୍ଷର କୋର୍ସ ପରେ ଇଂଜିନିୟର ନିଜର ସ୍ପେଶାଲଟି ଅନୁସାରେ ଜବ୍ କରିଥାନ୍ତି । ପ୍ରଭୁ କହିଛନ୍ତି , ‘ଆପଣ ଜୁନିୟର ଡାକ୍ତର ହୋଇଗଲେ ବି ଭଲ ଅର୍ଥ ଆୟ କରିପାରିବେ ନାହିଁ । ’ ୧୯୭୦ରେ ମୀନା ପ୍ରଭୁ ମୁମ୍ବାଇର କେଇଏମ୍ ହସ୍ପିଟାଲରେ ରେସିଡେଂଟ ଜୁନିୟର ଡାକ୍ତର ଥିଲେ । ସେତେବେଳେ ତାଙ୍କୁ ମାସକୁ ୪୧୦ ଟଙ୍କା ଦରମା ମିଳୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More