Only for Entertainment

ଝାରପଡ଼ାରେ ବିରଳ ପ୍ରଜାତିର ପେଚା ଉଦ୍ଧାର, ଫଟୋ ଭାଇରାଲ ।

kanaklifestyle
32

ଯୁଗ ବଦଳିବା ସହିତ ପରିବେଶର ପ୍ରତିମା ମଧ୍ୟ ବଦଳୁଛି । ହୁ ହୁ ହୋଇ ବଢିପାରେ ଲାଗିଛି ଜନସଂଖ୍ୟା । ବଳି ପଡ଼ି ଯାଉଛନ୍ତି ନିରୀହ ଜୀବଜନ୍ତୁ । ବାସହରା ହେଉଛି ସେମାନଙ୍କର ପ୍ରମୁଖ କାରଣ । ରହିବା ପାଇଁ ସ୍ଥାନ ନାହିଁ ଏବଂ ଖାଇବା ପାଇଁ ନାହିଁ ଖାଦ୍ୟ । ଅନୁକୂଳ ପରିସ୍ଥିତିରେ ପ୍ରତିକୂଳ ବାତାବରଣ ସେମାନଙ୍କ ମୃତ୍ୟୁର କାରଣ ସାଜୁଛି । ଯେଉଁ କାରଣରୁ ଦିନକୁ ଦିନ ଏହି ଜୀବଜନ୍ତୁ ମାନେ ବିଲୀନ ହେବାରେ ଲାଗିଛନ୍ତି । ଯେଉଁ କାରଣରୁ ସେମାନଙ୍କୁ ଦେଖିବା ଆମ ପାଇଁ ବିରଳ ହୋଇ ଯାଇଛି । ତେଣୁ ଆମେ ବାଧ୍ୟ ହୋଇ ଚିଡ଼ିଆଖାନା ଯାଉଅଛୁ ସେମାନଙ୍କର ଏକ ଝଲକ ପାଇବା ପାଇଁ । ଏସବୁ ପାଇଁ କେବଳ ଆମ ଜନସମାଜ ଦାୟୀ ।

ବାସ୍ତବରେ ଭୁବନେଶ୍ୱର ଝାରପଡ଼ାରେ ଆଜି ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର ହୋଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି । ଅନ୍ୟ ପେଚା ମାନଙ୍କ ଅପେକ୍ଷା ଏହା ସଂପୂର୍ଣ୍ଣ ଭିନ୍ନ । ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ଼ ଜମୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More