Only for Entertainment

ବହୁ ଦିନ ପରେ ସାମ୍ନାକୁ ଆସିଲା ହିମ ମାନବର ପାଦଚିହ୍ନ । ଭାରତୀୟ ସେନା ଶେୟାର କଲେ ଫଟୋ ।

punjabkesari
45

ହିମାଳୟ ପାଦଦେଶରେ ହିମମାନବ । ସେନା ଟ୍ୱିଟ କରି ଫଟୋ ଜାରି କରିବା ପରେ ବଢିଲା ଚର୍ଚ୍ଚା । ହିମାଳୟରେ ରହୁଥିବା ସବୁଠୁ ବିରଳ ପ୍ରାଣୀ ହେଉଛି ହିମମାନବ ।
ବାସ୍ତବରେ କ୍ୟାମେରାରେ କଏଦ ହୋଇଥିବା ଏହି ପାଦ ଚିହ୍ନ କାହାର ବୋଲି ଉଠିଲା ପ୍ରଶ୍ନ ।

 

ହିମାଳୟରେ ହିମମାନବ ବା ୟେତିର ପାଦ ଚିହ୍ନ । ଭାରତୀୟ ସେନା ପକ୍ଷରୁ ହିମାଳୟରେ ହିମମାନବ ଥିବାର କିଛି ଫଟୋଚିତ୍ର ଜାରି କରାଯାଇଛି । ବରଫରେ ହିମମାନବ ରହୁଥିବାର ଚର୍ଚ୍ଚା ଦଶନ୍ଧି ଦଶନ୍ଧି ଚାଲିଆସୁଛି । କିନ୍ତୂ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାକୁ ନେଇ ଚର୍ଚ୍ଚା ବଢିଛି । ହିମାଳୟରେ ଥିବା ଗୁମ୍ଫାରେ ଆଜି ବି ହିମମାନବ ରହୁଛନ୍ତି ବୋଲି କୁହାଯାଉଥିଲେ ବି ଏପର୍ଯ୍ୟନ୍ତି ଏମାନଙ୍କୁ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନାହିଁ । କିନ୍ତୁ ଏବେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ହିମମାନବ ବା ୟେତିର ଉପସ୍ଥିତି ନେଇ ଦାବି କରାଯାଇଛି । ପୂର୍ବ ନେପାଳ ଅନ୍ତର୍ଗତ ହିମାଳୟର ମକାଲୁ ବେସ୍ କ୍ୟାମ୍ପ ନିକଟରେ ଏହି ବିଶାଳକାୟ ରହସ୍ୟମୟ ପାଦଚିହ୍ନ ଦେଖିବାକୁ ମିଳିଥିବା ସେନା ପକ୍ଷରୁ ଟ୍ୱିଟରରେ ଉଲ୍ଲେଖ କରାଯାଇଛି । ଏହି ଫଟୋ ଗୁଡିକ ଏପ୍ରିଲ ୯ତାରିଖର ହୋଇଥିବା ବେଳେ ଏହାକୁ ଏପ୍ରିଲ ୨୯ରେ ଟ୍ୱିଟ କରାଯାଇଛି । ଏହାର ଆକର ତଥା ଲମ୍ବ ୩୨ଇଂଜ ଓ ଓସାର ୧୫ଇଂଜ ରହିଛି । ଅତିତରେ ମକାଲୁ-ବାରୁନ ନ୍ୟାସନାଲ ପାର୍କ ନିକଟରେ ଏହି ହିମମାନବ ଦେଖିବାକୁ ମିଳିଥିଲା ।

 

(ଫାଭିଓ) ଟ୍ୱିଟରରେ ଭାରତୀୟ ସେନା ପକ୍ଷରୁ କିଛି ଫଟୋ ସେୟାର କରାଯିବା ପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ୟେତିର ଉପସ୍ଥିତିକୁ ନେଇ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି । ଫଟୋରେ ବରଫ ଉପରେ ବଡ ବଡ ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହା ହିମମାନବ ବା ୟେତିର ପାଦ ଚିହ୍ନ ବୋଲି କୁହାଯାଉଛି । ହିମମାନବ ବା ୟ୍ତେି ହିମାଳୟରେ ରହୁଥିବା ସବୁଠୁ ବିରଳ ପ୍ରାଣୀ ଅଟେ । ବିଶେଷ କରି ନେପାଳ, ତିବତର ହିମାଳୟ କ୍ଷେତ୍ର, ମଧ୍ୟ ଏସିଆ ଓ ସାଇବେରିଆରେ ୟେତି ଦେଖିବାକୁ ମିଳେ ବୋଲି କୁହାଯାଏ । ତେବେ ବୈଜ୍ଞାନିକମାନେ ଏହାକୁ ଏକ କାଳ୍ପନିକ ଜୀବ ଭାବେ ବର୍ଣ୍ଣନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More