Only for Entertainment

ଲୋକଙ୍କୁ ଡରାଉଛି ନୂଆ ଟ୍ରାଫିକ ନିୟମ, କାର ଚଲାଇବା ସମୟରେ ହେଲମେଟ ନ ପିନ୍ଧିବାରୁ ପୋଲିସ କାଟିଲେ ଚାଲାଣ !

ANI
184

ନୂଆ ଟ୍ରାଫିକ ନିୟମ ଆସିବା ପରେ ଟ୍ରାଫିକ ପୋଲିସ ଏବେ ଆକ୍ସନ ମୁଡରେ । ନୂଆ ଟ୍ରାଫିକ ନିୟମ ପାଳନ କରୁନଥିବା ଲୋକଙ୍କୁ ଏବେ ଚାଲାଣ କାଟି ଧରାଇ ଦିଆଯାଉଛି । ଜଣେ ସ୍କୁଟି ଚାଳକଙ୍କ ଉପରେ ୨୩ ହଜାର ଜୋରିମାନା ଏବଂ ଜଣେ ଟ୍ରକ ଡ୍ରାଇଭରଙ୍କ ଉପରେ ୮୦ ହଜାର ଚାଳଣ କଟାଯାଇଛି । ଏହା ସହିତ ଏହିପରି ଅନେକ ଖବର ସାମ୍ନାକୁ ଆସିଛି । ଇତି ମଧ୍ୟରେ ଉତ୍ତର ପ୍ରଦେଶ ଅଲିଗଢର ଜଣେ କାର ଚାଳକଙ୍କ ନାମରେ ଏବେ ୫୦୦ ଟଙ୍କାର କଟାଯାଇଛି । କାରଣ ସେ କାର ଭିତରେ ହେଲମେଟ ପିନ୍ଧି ନଥିଲେ ।

ଏହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ କାର ମଧ୍ୟରେ ହେଲମେଟର କ’ଣ ଆବଶ୍ୟକତା ରହିଛି ? କିନ୍ତୁ ଏହା ସତ କାର ଚଳାଇବା ସମୟରେ ସେ ହେଲମେଟ ନ ପିନ୍ଧିବାରୁ ତାଙ୍କୁ ୫୦୦ ଟଙ୍କାର ଚାଲାଣ ଧରାଇଛନ୍ତି ଟ୍ରାଫିକ ଅଧିକାରୀ । ୧ ସେପ୍ଟମ୍ବରରୁ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିବା ବେଳେ ଏହି ବ୍ୟକ୍ତିଙ୍କର ଚାଲାଣ ୨୭ ଅଗଷ୍ଟରେ କଟାଯାଇଥିଲା ।

କହିରଖୁଛୁ ଯେ, କାରରେ ହେଲମେଟ ପିନ୍ଧିବାର କୌଣସି ନିୟମ ନାହିଁ । ଚାଲଣରେ ବ୍ୟକ୍ତିଙ୍କର କାର ନମ୍ବର ରହିଛି । ଏହି ଚାଲାଣ କାଟିବାର କାରଣ ରହିଛି ହେଲମେଟ ନପିନ୍ଧିବା । ଏହି କାର ଚାଳକଙ୍କ ନାମ ପିୟୁଷ ବର୍ଷନେୟ । ଏହାକୁ ବିରୋଧ କରି ସେ ଏବେ ପତ୍ର୍ୟେକ ଦିନ କାରରେ ହେଲମେଟ ପିନ୍ଧି ଯାତାୟତ କରୁଛନ୍ତି ।

ଦ ଇକୋନୋମିକ୍ସ ଟାଇମ୍ସକୁ ପିୟୁଷ କହିଛନ୍ତି ମୋତେ ଏକ ୫୦୦ଟଙ୍କାର ଇ-ଚାଲାଣ ଦିଆଯାଇଥିଲା କାରଣ ମୁଁ କାରରେ ହେଲମେଟ ପିନ୍ଧି ନଥିଲି । ସେଥିପାଇଁ ଡରରେ ମୁଁ ସେହିଦିନଠାରୁ ହେଲମେଟ ପିନ୍ଧୁଛି । କାରଟି ମୋ ପିତାଙ୍କ ନାମରେ ରହିଛି ମାତ୍ର ସେ ଅସୁସ୍ଥ ଥିବାରି ଯାତାୟତ କରିପାରୁ ନାହାଁନ୍ତି ।

ଏହି ଘଟଣାକୁ ନେଇ ଟ୍ରାଫିକ ଏଏସପି ଅଜିଜୁଲ ବହକ କହିଛନ୍ତି, ଏହା ଏକ ଭୁଲ । ଭେରିଫିକେଶନ ପରେ ଏହାକୁ ଠିକ କରିଦିଆଯିବ । ଆମେ ଏହି ଘଟଣାର ଜାଂଚ କରୁଛୁ । ଭୁଲ ଡାଟା ଫିଡିଙ୍ଗ ପାଇଁ ଏପରି ହୋଇଥାଇ ପାରେ । ଜାଂଚ ସରିଲା ପରେ ଏହାକୁ ଆମେ ରଦ୍ଧ କରିଦେବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More