Only for Entertainment

ଓଲିଉଡରେ ପ୍ରସ୍ତୁତ ହୋଇଛି ଡ୍ୟାନ୍ସ – ରୋମାଂଟିକ୍ ଚଳଚ୍ଚିତ୍ର ଦିପୁ ଦ ଡ୍ୟାନ୍ସ ବୟ । ଫିଲ୍ମର ଅଡିଓ ରିଲିଜ୍

youtube
0 92

ଓଡିଆ ଇଣ୍ଡଷ୍ଟ୍ରିରେ ରିଲିଜ୍ ହେବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ଡ୍ୟାନ୍ସ ଚଳଚ୍ଚିତ୍ର ଦିପୁ – ଡ୍ୟାନ୍ସ ବୟ । ଓଡିଶା ବାରିପଦାର ପାରମ୍ପରିକ ନୃତ୍ୟ ‘ଛଉ’ କୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ରାଉତ, ବଙ୍ଗୀୟ ଅଭିନେତ୍ରୀ କୋଏଲ୍ ବାନାର୍ଜୀ ଏବଂ ଏଲ୍ଷା ଘୋଷ । ମା କ୍ରିଏସନ୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏହି ଅପକମିଂ ସିନେମାର ଅଡିଓ ରିଲିଜ୍ ହୋଇଥିବାବେଳେ ଫିଲ୍ମ ସଙ୍ଗୀତ ଗୁଡିକ ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ଫିଲ୍ମରେ କାହାଣୀ ସମେତ ଗୀତ ଗୁଡିକୁ ପ୍ରାଧାନ୍ୟ ଦିଆଯାଇଛି । ଅଭିନେତା ମନୋଜ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଥିବେବେଳେ ଏଲାଷା ଘୋଷ ମଧ୍ୟ ପରଦାରେ ପ୍ରଥମ ଥର ପାଇଁ ନାୟିକା ଚରିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଭେଟରାନ୍ ଅଭିନେତା ଅଜିତ୍ ଦାସ୍, ଦେବୁ ବ୍ରହ୍ମା, ପ୍ରଜ୍ଞା, ବବି ମିଶ୍ର ଏବଂ ସ୍ୱର୍ଗତ ମୀନକେତନଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ ଏହି ଅପକମିଂ ସିନେମାରେ ।
ଭିନ୍ନ ସ୍ୱାଦର କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଦିପୁ – ଦ ଡ୍ୟାନ୍ସ ବୟର ସଙ୍ଗୀତ ସ୍ରୋତାଙ୍କୁ ପସନ୍ଦ ଆସି ପାରିଥିବାବେଳେ, ଫିଲ୍ମର କାହାଣୀ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ମେକର୍ସ । ମାର୍ଚ୍ଚ ୪ରେ ପରଦାକୁ ଆସିବ ଦିପୁ ଦ ଡ୍ୟାନ୍ସ ବୟ ।

ଓଡିଆ ଇଣ୍ଡଷ୍ଟ୍ରିରେ ରିଲିଜ୍ ହେବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ଡ୍ୟାନ୍ସ ଚଳଚ୍ଚିତ୍ର ଦିପୁ – ଡ୍ୟାନ୍ସ ବୟ । ଓଡିଶା ବାରିପଦାର ପାରମ୍ପରିକ ନୃତ୍ୟ ‘ଛଉ’ କୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ରାଉତ, ବଙ୍ଗୀୟ ଅଭିନେତ୍ରୀ କୋଏଲ୍ ବାନାର୍ଜୀ ଏବଂ ଏଲ୍ଷା ଘୋଷ । ମା କ୍ରିଏସନ୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏହି ଅପକମିଂ ସିନେମାର ଅଡିଓ ରିଲିଜ୍ ହୋଇଥିବାବେଳେ ଫିଲ୍ମ ସଙ୍ଗୀତ ଗୁଡିକ ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More