Only for Entertainment

ପରଦାକୁ ଫେରିଲେ ଜୟା, ଫିଲ୍ମ ଆଶିକ ସରେଣ୍ଡରରେ ଆସିବେ ନଜର !

60

ଓଲିଉଡର ନୂଆ ଆଶିକ୍ ହେବାକୁ ଯାଉଛନ୍ତି ଅଭିନେତା ସମ୍ଭବ ମାନସିଂ । ଅନେକ ମ୍ୟୁଜିକ୍ ଭିଡିଓରେ ନିଜ ଦମଦାର୍ ଅଭିନୟ ପରଶି ଓଡିଆ ଦର୍ଶକଙ୍କ ପ୍ରିୟ ହୋଇଥିବା ସମ୍ଭବ ଖୁବଶୀଘ୍ର ଓଡିଆ ଚଳଚ୍ଚିତ୍ରରେ କରିବାକୁ ଯାଉଛନ୍ତି ଡେବ୍ୟୁ । ତାଙ୍କର ଡେବ୍ୟୁ ସିନେମାର ଟାଇଟେଲ୍ ରହିଛି ‘ଆଶିକ୍ ସରେଣ୍ଡର୍ ହେଲା’ । ସିନେମାରେ ସମ୍ଭବଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଜୟା ବିଶ୍ୱାସ । ନିକଟରେ ଏହି ସିନେମାର ଘୋଷଣା କରାଯାଇଛି ।

ଆଗାମୀ ଓଡିଆ ରୋମାଂଟିକ୍ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର୍ ହେଲା’ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ସିନେମା ଜରିଆରେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଛୋଟ ପରଦାର ଲୋକପ୍ରିୟ ତାରକା ସମ୍ଭବ ମାନସିଂ । ଆଉ ସମ୍ଭବଙ୍କ ବିପକ୍ଷରେ ନାୟିକା ଭାବେ ଜୟା ବିଶ୍ୱାସଙ୍କୁ ଦେଖିବାକୁ ମିଳିବ । ସମ୍ଭବଙ୍କ ଅଭିନୟ ଆଗରୁ ଅନେକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କ ଅଭିନୀତ ପ୍ରାୟ ସବୁ ଗୀତକୁ ୟୁଟୁବ୍ରେ ମିଲିଅନ୍ ମିଲିଅନ୍ ଦର୍ଶକ ଦେଖିଛନ୍ତି ଆଉ ପସନ୍ଦ କରିଛନ୍ତି । ଡିଜିଟାଲ୍ ମିଡିଆର ଏମିତି ଜଣେ ଲୋକପ୍ରିୟ ତାରକାକୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ଫିନିକ୍ସ ଫିଲ୍ମସ୍ ଓ ବିଶ୍ୱାସ ପ୍ରଡକ୍ସନ୍ ।

ତେବେ ଖବର ମୁତାବକ କାହାଣୀ କିଛି ଏଭଳି ରହିଛି ଯେ ପବନ କୁମାର ଓରଫ ପିକେ ଜଣେ ଏକଜିଦିଆ ଓ ବାଳୁଙ୍ଗା ଯୁବକ । ସେ ପ୍ରେମକୁ ଖେଳ ବୋଲି ଭାବୁଥାଏ । ଏକ ଛୋଟ ସହରରେ ନୈନା ତା ବାପାଙ୍କର ମାଛ ଗୋଦାମ ଚଳାଉଥାଏ । ସେ ସୁନ୍ଦର ସରଳ ହୋଇଥିଲେ ବି ସେ ମଧ୍ୟ ଏକଜିଦ୍ଧିଆ । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସନ୍ତି । ଏହାପରେ ଅନେକ ଘଟଣା ଘଟିଲା ପରେ କିଏ କାହା ଆଗରେ ସରେଣ୍ଡର ହେଉଛି ତାହା ଫିଲ୍ମଟି ଦେଖିଲେ ଜଣ ପଡିବ ।

ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ରାଜା ଡି. ଏବଂ ଫିଲ୍ମର କାହାଣୀ ଲେଖିଛନ୍ତି ମାନବ ପଢିହାରୀ । ସିନେମାରେ ସମ୍ଭବ ଓ ଜୟାଙ୍କ ବ୍ୟତୀତ ମନୋଜ ମିଶ୍ର ଓ ମିହିର୍ ଦାସଙ୍କ ପରି ବଡ କଳାକାରଙ୍କ ଅଭିନୟ ବି ଦେଖିବାକୁ ମିଳିବ । ଏହି ରୋମାଂଟିକ୍ ଚଳଚ୍ଚିତ୍ରରେ ସଙ୍ଗୀତର ଭାର ତୁଲାଇବେ ଓଲିଉଡର ମ୍ୟୁଜିକ୍ ସାଇଟିଷ୍ଟ ପ୍ରେମ ଆନନ୍ଦ ।

ଚଳଚ୍ଚିତ୍ର ଆଶିକ୍ ସରେଣ୍ଡର୍ ହେଲାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଥିବାବେଳେ, ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More