Only for Entertainment

ରିଲିଜ ହେଲା ଆଗାମୀ ଓଲିଉଡ ଫିଲ୍ମ ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ର ପ୍ରଥମ ଟ୍ରେଲର, ଦେଖନ୍ତୁ

you tube
309

ସମ୍ପର୍କରୁ ଆରମ୍ଭ ହେଲା ପ୍ରେମ । ଆଉ ସେଇ ପ୍ରେମରୁ ସ୍ଥିର ହେଲା ବାହାଘର । ମାତ୍ର ବାହାଘର ହୋଇ ନପାରିବାରୁ ପ୍ରେମ ସମ୍ପର୍କ ପରିଣତ ହୁଏ ଶତ୍ରୃତାରେ । ଏମିତି ଏକ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ । ଫିଲ୍ମର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି ।

ଏହି ସିନେମାରେ ମୁଖ୍ୟ ଭୂମିକାରେ ମିହିର୍ ଦାସ୍, ଅପରାଜିତା ମହାନ୍ତି, ସୁଶ୍ରୀ ରଥ ଓ ନବାଗତ ତାପସଙ୍କୁ ଦେଖିବାକୁ ମିଳିବ । ନାୟକ ଭାବେ ତାପସ ଓ ନାୟିକା ଭାବେ ସୁଶ୍ରୀ ରଥ ଆସିବେ ନଜର ଆସିବେ ଏହି ସିନେମାରେ । ଏହାଛଡା ମିହିର୍ ଦାସ ଓ ଅପରାଜିତାଙ୍କ ଯୋଡି ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିବ । ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁର ଟୁପୁରୁ’ରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ଅଶ୍ରୁମୋଚନ, କିଶୋର ଖଣ୍ଡୁଆଳ, ସରୋଜ ଦାସ, ବିଜୁ ବଡଜେନା, ହର ରଥ, ଆଦି କଳାକାର ।

ପୁଷ୍ପାଂଜଳୀ ପ୍ରଡକ୍ସନ୍ ବ୍ୟାନରର ଏହି ସିନେମାର ନିର୍ଦ୍ଦେଶନା ସହ କାହାଣୀ, ସ୍କ୍ରିନ୍ ପ୍ଲେ ଓ ଡାଇଲଗ୍ ର ଭାର ତୁଲାଇଛନ୍ତି ଜିତେନ୍ଦ୍ର ମହାପାତ୍ର । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମରେନ୍ଦ୍ର ମହାନ୍ତି । ଫିଲ୍ମରେ ମନଛୁଆଁ ଗୀତକୁ ସ୍ଥାନ ଦେଇଛନ୍ତି ମେକର୍ । ୨୬ ଜୁଲାଇରେ ପରଦାକୁ ଆସିବ ଏହି ଫିଲ୍ମ ରଙ୍ଗ ବରଷିବ ଟୁପୁରୁ ଟୁପୁରୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More