Only for Entertainment

ଖୁବ ଶୀଘ୍ର ପରଦାକୁ ଆସୁଛି ‘ଶକ୍ତି’ ।

cinecritic
0 42

ସିନେମା ଜଗତରେ ଅନେକ ନବାଗତା କଳାକାରଙ୍କୁ ଦେଖିବାକୁ ମିଳିଲେଣି । ଯୁଗକୁ ନେଇ ଏବଂ ପିଢି ଅନୁସାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ଓଡିଆ ସିନେମା ଜଗତରେ ।

ସେହିଭଳି ଓଲିଉଡ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ଥାନ ଗଢିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ଏହି ନାୟକ । ସେ ହେଉଛନ୍ତି କରଣ । ନୂଆ କରି ମାର୍କେଟକୁ ଆସୁଛନ୍ତି ଏହି ନାୟକ । ତାଙ୍କ ଅଭିନୀତ ଫିଲ୍ମର ନାଁ ରହିଛି ‘ଶକ୍ତି’ । ଏହି ଚଳଚ୍ଚିତ୍ରରେ କରଣଙ୍କର ଦେଖିବାକୁ ମିଳିବ ଜବରଦସ୍ତ ଆକ୍ସନ । ଏଥିରେ କରଣଙ୍କର ସାଉଥ ଷ୍ଟାଇଲ ଫାଇଟ ଦେଖିବାକୁ ମିଳିବ । ରୋମାନ୍ସ ଏବଂ ଫାଇଟକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ କେତେ ଦୂର ସଫଳ ହେଉଛି ତାହା ଆଗକୁ ଜଣା ପଡିବ ।

ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ । ଫିଲ୍ମଟି ୨୦୧୮ ଜାନୁଆରୀରେ ରିଲିଜ ହେବାର ଥିଲା । ମାତ୍ର ଚଳିତ ମାସ ୧୪ରେ ଏହି ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ସ୍ନେହଲତା ଫିଲ୍ମ କ୍ରାଫ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଯୋଜନା ଦେଇଛନ୍ତି ରୋନକ ସାହୁ ଏବଂ ମିନତୀ ସାହୁ । ଡ୍ୟାସିଂ କରନଙ୍କ ବିପକ୍ଷରେ ଦେଖିବାକୁ ମିଳିବ ଅଭିନେତ୍ରୀ ସୁର୍ଯ୍ୟମୟୀ ମହାପାତ୍ରଙ୍କୁ ଏବଂ ଏହି ଫିଲ୍ମରେ ମ୍ୟୁଜିକ ଡାଇରେକ୍ଟର ହେଉଛନ୍ତି ଅଭିଜିତ ମଜୁମଦାର । ଏହି ସିନେମାରେ ଆହୁରି ଅନେକ ଶ୍ରେଷ୍ଠ କଳାକାର ମାନଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More