Only for Entertainment

ଫିଲ୍ମ ‘ବ୍ଲାକମେଲ’ ଷ୍ଟାରକାଷ୍ଟଙ୍କ ଫଟୋସୁଟ, ଜବରଦସ୍ତ ଅନ୍ଦାଜରେ ଆସିଲେ ନଜର ।

facebook
0 39

ଖୁବଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରୀରେ ମୁକ୍ତିଲାଭ କରିବାକୁ ଯାଉଛି ଆକ୍ସନ୍ – ରୋମାଣ୍ଟିକ ଚଳଚ୍ଚିତ୍ର ବ୍ଲାକମେଲ୍ । ଫିଲ୍ମରେ ନାୟକ ଭାବେ ନଜର ଆସିବେ ଅର୍ଦ୍ଧେନ୍ଦୁ । ଆଉ ତାଙ୍କ ବିପକ୍ଷରେ ଦୁଇ ଦୁଇ ଓଲିଉଡ୍ ସୁନ୍ଦରୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ ।

ତମନ୍ନା ଓ ଆହାନା ଏହି ସିନେମାରେ ନାୟିକା ଭାବେ ନଜର ଆସିବେ । ନିକଟରେ ଏହି ଅପକମିଂ ସିନେମାର ଫଟୋସୁଟ୍ କରାଯାଇଛି । ଫିଲ୍ମର ପୋଷ୍ଟର୍ ପାଇଁ ଫଟୋସୁଟ୍ କରାଇଥିଲେ ଏହି ତିନିଜଣ ଲିଡ୍ ଷ୍ଟାର୍ । ଗର୍ଜିଅସ୍ ଆଉଟ୍ ଫିଟସହ ବେଶ ଜବରଦସ୍ତ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା ଏହି ତିନି ଜଣ ଷ୍ଟାରଙ୍କର ।

ଦେଖନ୍ତୁ ଫଟୋ-

pic1

pic2

pic3

ଏହି ଅପକମିଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କୋରିଓଗ୍ରାଫର୍ ଅମିତ୍ । ଫିଲ୍ମର ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ସିନେମାରେ ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ରତନ ମେହେର୍, ଜର୍ଜ ତିଆଡି ଏବଂ ପ୍ରତିଭା ପଣ୍ଡା ଆଦି କଳାକାରଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାକୁ ନେଇ ଫିଲ୍ମର ଲିଡ୍ ଷ୍ଟାର୍ ଅଛନ୍ତି ବେଶ ଏକ୍ସାଇଟେଡ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More