Only for Entertainment

ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ରୋମାଣ୍ଟିକ ଓଲିଉଡ ଫିଲ୍ମ ‘ଦିୱାନା ହେଲି ତୋ ପାଇଁ’

NuaOdisha
0 58

ଓଡିଆ ଇଣ୍ଡଷ୍ଟ୍ରୀରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ଦିୱାନା ହେଲି ତୋ ପାଇଁ’ । ଏହି ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା ମୁନ୍ନା । ଆଉ ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ରିୟା । ବଲିଉଡର ସୁପରହିଟ୍ ସିନେମା ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର କାହାଣୀରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଦିୱାନା ହେଲି ତୋ ପାଇଁ’ ।

image
ଅଭିନେତା ମୁନ୍ନାଙ୍କ ଏହା ଡେବ୍ୟୁ ସିନେମା ହୋଇଥିବାବେଳେ ଅଭିନେତ୍ରୀ ରିୟାଙ୍କ ସହ ସେ ନିଜ ପ୍ରଥମ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ମୁନ୍ନା ଏବଂ ରିୟାଙ୍କ ବ୍ୟତୀତ ଫିଲ୍ମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ୍, ଉଷଶୀ ମିଶ୍ର ଏବଂ ପପୁ ପମ୍ ପମ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ତେବେ ଅନେକ ଦିନ ବ୍ୟବଧାନ ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ ଏକାଠି ନଜର ଆସିବାକୁ ଯାଉଛନ୍ତି ।

ପୁନମ୍ ଏଣ୍ଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିନେତା ଶ୍ରୀତମ ଦାସ୍ । ଫିଲ୍ମର ପ୍ରଯୋଜନା କରିଛନ୍ତି ଅଶୋକ କୁମାର ଦାଶ । ରୋମାଂଟିକ୍ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିବାରୁ ଏଥିରେ ସଙ୍ଗୀତକୁ ବି ବେଶ ଗୁରୁତ୍ୱ ଦିଆ ଯାଇଛି । ଅଭିଜୀତ୍ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମରେ ୬ଟି ଭିନ୍ନ ସ୍ୱାଦର ଗୀତ ସ୍ଥାନ ପାଇଛି । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ୧୩ ଏପ୍ରିଲରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଦିୱାନା ହେଲି ତୋ ପାଇଁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More