Only for Entertainment

ମୁକ୍ତିଲାଭ କରିବା ପାଇଁ ସଜବାଜ ହେଉଛି ରୋମାଣ୍ଟିକ ଫିଲ୍ମ ‘ଲଭ ପ୍ରୋମିଜ’

LYRICmaza
0 112

ମକ୍ତିଲାଭ କରିବା ପାଇଁ  ଆଉ ଏକ ଓଡିଆ ଚଳଚ୍ଚିତ୍ର ସଜବାଜ ହେଉଛି । ଏହି ଫିଲ୍ମର ଟାଇଟଲ ରହିଛି  ‘ଲଭ ପ୍ରୋମିଜ’ । ଏହାର ଗୀତ ଗୁଡିକ ଏବେ ଠାରୁ ଚର୍ଚ୍ଚାରେ ରହିଛି । ବିଶେଷ କରି ଏହାର ଶୀର୍ଷକ ଗୀତକୁ ଶ୍ରୋତା ବେଶ ପସନ୍ଦ କରୁଛନ୍ତି । ଗୀତିକାର ସୁବ୍ରତ ସ୍ୱାଇଁ ଏହକୁ ରଚନା କରିଛନ୍ତି । ଏହି ଗୀତକୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ । ଏହି ଯୋଡି ଏହା ପୂର୍ବରୁ ଏକାଠି ‘ରବା ରବା’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ।

ବିଶ୍ୱାସ ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମକୁ ସନ୍ତୋଷ ବିଶ୍ୱାଳ ନିର୍ଦ୍ଦେଶନା  ଦେଇଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ । ଏହି ଫିଲ୍ମରେ ଜୟା ଏବଂ ରାକେଶ ଏହାର ନାୟିକା ଏବଂ ନାୟକ ଚରିତ୍ରରେ ନଜର ଆସିବେ । ନିକଟରେ ଏହାର ଫାଷ୍ଟ ଲୁଟକୁ ଶେୟାର କରାଯାଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More