Only for Entertainment

‘ତୁ କହିଦେ ଆଇ ଲଭ ୟୁ’ର ଅଡିଓ ରିଲିଜ, ଫିଲ୍ମରେ ଦେଖିବାକୁ ମିଳିବ ରାକେଶ-ଦିବ୍ୟାଙ୍କ କେମେଷ୍ଟ୍ରୀ

facebook pic of rakesh deo
123

ରୋମାଂଟିକ୍ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ନିକଟରେ ଏହି ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଦୁର୍ଗା, ନବ୍ସ ଓ ସରୋଜ୍ । ୭ ଟି ଭିନ୍ନ ସ୍ୱାଦର ଗୀତକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଆଉ ଏହି ସବୁ ଗୀତରେ ଶୁଣିବାକୁ ମିଳିବ ହ୍ୟୁମାନ୍ ସାଗର୍, ବିଷ୍ଣୁ ମୋହନ କବି, ଅନନ୍ୟା ଶ୍ରୀତମ ନନ୍ଦ, ଅମ୍ରିତା ନାୟକ, ଅମ୍ରିତା ଭାରତି, ସତ୍ୟଜୀତ୍ ପ୍ରଧାନ, ଏଭଂ ସଂଜୁ ମହାନ୍ତି ଆଦି କଣ୍ଠଶିଳ୍ପୀଙ୍କ ଆକର୍ଷଣୀୟ ଗାୟିକୀ ।

 

 

View this post on Instagram

 

ତୁ କହି ଦେ ଆଇ ଲଭ ୟୁ ଅଡିଓ ରିଲିଜ୍

A post shared by ODIA FILM CRITICS (@odiafilmcritics) on

ବିଏମ୍ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ନାୟକ ଭାବେ ନଜର ଆସିବେ ନବାଗତ ରାକେଶ । ଆଉ ଏହି ସିନେମାରେ ନାୟିକା ଭାବେ ଅଭିନେତ୍ରୀ ଦିବ୍ୟାଙ୍କୁ ଦେଖିବାକୁ ମିଳିବ । ଉଭୟ ନିଜର ଏହି ଫିଲ୍ମକୁ ନେଇ ଅଛନ୍ତି ବେଶ୍ ଏକ୍ସାଇଟେଡ୍ ।

ଏହି ଅପକମିଂ ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ବିକ୍ରମ୍ ମହାପାତ୍ର । ଆଉ ଏହି ସିନେମାର କାହାଣୀ, ସ୍କ୍ରିନ୍ପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ । ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ର ସୁଟିଂ ଏଡିଟିଂ ଶେଷ ହୋଇଥିବା ବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More