Only for Entertainment

ଖୁବ ଶୀଘ୍ର ପରଦାକୁ ଆସିବ ହରର୍ – ଥ୍ରୀଲର ସିନେମା ‘ରହସ୍ୟ’

you tube
0 49

ଓଡିଶାରେ ପ୍ରଥମ ଥ୍ରୀଡି ଚଳଚ୍ଚିତ୍ର ‘କାଉଁରିକନ୍ୟା’ ଭେଟିଦେଇ ଚହଳ ସୃଷ୍ଟି କରିଥିବା ଆଂଜେଲ୍ ବି ମିଡିଆ ପୁଣିଥରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ରହସ୍ୟ’ । ହରର୍ – ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା ।

ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ନିର୍ମାଣ କରିବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଗଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା । କିଛି ଏହିପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ରହସ୍ୟରେ ନାୟକ ଭାବେ ନଜର ଆସିବେ ନବାଗତ ତୁଷାର, ଏବଂ ନାୟିକା ଭାବେ କାଉଁରୀ କନ୍ୟା ଫେମ୍ ଅଭିନେତ୍ରୀ କାବ୍ୟା କରିନ୍ଙ୍କୁ ଦେଖିବାକୁ ମିଳିବ ।

ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା । ଫିଲ୍ମରେ ଉଚ୍ଚ କୋଟିର୍ ଭିଜୁଆଲ୍ ଇଫେକ୍ଟସ୍ ଏବଂ ଗ୍ରାଫିକ୍ସ କାମ ଦେଖିବାକୁ ମିଳବ । ଯାହା ପୂର୍ବରୁ କୌଣସି ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିନି । କାହାଣୀକୁ ସୁହାଇଲା ଭଳି ସଙ୍ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଭିନ୍ନ ସ୍ୱାଦର ମନଲୋଭା ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ଚଳଚ୍ଚିତ୍ର ରହସ୍ୟରେ ସଙ୍ଗୀତର ଭାର ତୁଲାଇଛନ୍ତି ନିହାର – ଶାନ୍ତନୁ । କାବ୍ୟା ଓ ତୁଷାରଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ୍, ସୁଦୀପ୍ତା ଓ ବିକାଶ ରଂଜନଙ୍କ ଅଭିନୟ ଦେଖିବାକୁ ମିଳିବ ।

ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନର କାମ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ରହସ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More