Only for Entertainment

୨୦୧୮ରେ ମଉଜ ଦେବାକୁ ଆସିବ ୧୦ ଓଡିଆ ସିନେମା

YouTube
0 57

୨୦୧୭ ପରି ୨୦୧୮ରେ ମଧ୍ୟ ଅନେକ ଗୁଡିଏ ଓଡିଆ ସିନେମା ରିଲିଜ ହେବାର ସମ୍ଭାବନା ରହିଛି । ଏହି ଫିଲ୍ମ ଗୁଡିକ ନୂତନ ବର୍ଷରେ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି । ସେଥିମଧ୍ୟରୁ କେତୋଟି ସମ୍ପର୍କରେ ଆସନ୍ତୁ ଜାଣିବା ।

୧- ଓନଲି ପ୍ୟାର
ସୁନିଲ କୁମାର ଦାସଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଓନଲି ପ୍ୟାର’ ନୂଆବର୍ଷରେ ଆସୁଅଛି । ଏଥିରେ ବାବୁସାନ, ସୁପ୍ରିୟା, ମିହିର ଦାସ, ଅପରାଜିତା, ଚୌଧୁରୀ ବିକାଶ ଦାସ ଓ ପ୍ରଜ୍ଞା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ ଓ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମଦାର ।

୨- ହାପି ଲକି
ତରଙ୍ଗ ସିନେ ପ୍ରଡସନ୍ସ ବ୍ୟାନରେ ନିର୍ମିତ ତଥା ସୁଧାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶିତ ‘ହାପି ଲକି’ ୨୦୧୮ରେ ପରଦାକୁ ଆସୁଛି । ଏଥିରେ ସମ୍ବିତ, ସସ୍ମିତା, ଜ୍ୟୋତି, ଏଲିନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ।

୩- ଶକ୍ତି
୨୦୧୮ ନବବର୍ଷରେ ଆଉ ଏକ ସିନେମା ‘ଶକ୍ତି’ ରିଲିଜ ହେବ ବୋଲି ଜଣାପଡିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସୁଧାକର ବସନ୍ତ । ରୋନକ ସାହୁ ଓ ମୀନତି ସାହୁ ଏହାର ପ୍ରଯୋଜକ ଥିବା ବେଳେ ଏହି ଫିଲ୍ମରେ ନବାଗତ କରନ, ସୂରମୟୀ ଓ ମିହିର ଦାସ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅଭିଜିତ ମଜମୁଦାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।

୪- ଆଣ୍ଟି ନମସ୍କାର
ନିରଜଂନ ବେହେରାଙ୍କ ନିର୍ଦ୍ଦେଶିତ ସିନେମା ‘ଆଣ୍ଟି ନମସ୍କାର’ ମଧ୍ୟ ଗତବର୍ଷରୁ ପ୍ରସ୍ତୁତ ହୋଇସାରିଛି । ଏହି ରୋମାଂଟିକ କମେଜି ଫିଲ୍ମରେ ଶ୍ରୀତମ ଦାସ, ଜୀନା, ଜର୍ଜ ତିଆଡି, ରବି ମିଶ୍ର, ସାତ୍ୟକି ମିଶ୍ର ଓ ମୀନକେତନ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

୫- ଅମର ପ୍ରେମ
ସବ୍ୟସାଚୀଙ୍କ ଅଭିନୀତ ତେଲଗୁ-ଓଡିଆ ଦ୍ୱିଭାଷୀ ସିନେମା ‘ଅମର ପ୍ରେମ’ ୨୦୧୭ରେ ରିଲିଜ ହେବାର ଥିଲା । ମାତ୍ର ଏବେ ଏହାର ରିଲିଜ ୨୦୧୮କୁ ଘୁଚାଂଇ ଦିଆଯାଇଥିବା ଜଣାପଡିଛି । ଅବନ ଆଲ୍ଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରଯୋଜନା କରିଛନ୍ତି ଦାଦି ଅପ୍ପା ଲାନାଇଡୁ । ଏହି ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ କାରୁଣ୍ୟା ଚୌଧୁରୀ ନଜର ଆସିବେ । ରବି ଶଙ୍କର ଏହାର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ।

୬- ଦିୱାନା ହେଲି ତୋ’ ପାଇଁ
ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ‘ଦିୱାନା ହେଲି ତୋ ପାଇଁ’ ମଧ୍ୟ ରିଲିଜ ହେବ । ଏହି ସିନେମାରେ ସିଦ୍ଧାନ୍ତ, ନବାଗତ ମୁନ୍ନା, ରୀୟା ଦେ, ଶ୍ରୀତମ ଦାସ, ଉଷସୀ ମିଶ୍ର, ପପୁ ପମପମ, ଗୁଡୁ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସଂଳାପକାର ହେଲେ ରଣଜିତ ପଟ୍ଟନାୟକ । ଅଭିଜିତ ମଜୁମଦାର ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ।

୭- ଯୋଗୀ
ପ୍ରଯୋଜକ ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ନିରଜଂନ ବେହେରା ସେମାନଙ୍କ ସିନେମା ‘ଯୋଗୀ’ କୁ ୨୦୧୭ରେ ରିଲିଜ କରିବାର ପ୍ରାଥମିକ ଯୋଜନା କରିଥିଲେ । ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ । ୨୦୧୮ରେ ରିଲିଜ ହେବାକୁ ଥିବା ଏହି ସିନେମାରେ ଆର୍ଯ୍ୟନ, ହର ରଥ, ନିକିତା, ବିଜୟ ମହାନ୍ତି ମନୋଜ ମିଶ୍ର ଓ ସ୍ମିତା ତ୍ରୀପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସଙ୍ଗୀତକାର ଅଛନ୍ତି ଦୀପକ କୁମାର ।

୮- ଲୁଚେଇ ଦେ ମୋତେ ଛାତି ଭିତରେ
ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ ୨୦୧୭ରେ ରିଲିଜ ହେବାର ଥିଲା କିନ୍ତୁ ଏହା ହେଇପାରିଲା ନାହିଁ । ଆଶା କରାଯାଉଛି ଏହା ୨୦୧୮ରେ ପରଦାକୁ ଆସିବ । ଏଥିରେ ଚନ୍ଦନ, ସମ୍ଭବ, ବିରଂଚି ଓ ତମନ୍ନା ପ୍ରମୁଖ ଲିଡ ରୋଲରେ ନଜର ଆସିବେ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ।

୯- ବେଷ୍ଟ ଅଫ ଲକ
ମନୋରଂଜନ ପାଲଙ୍କ ନିର୍ଦ୍ଦେଶିତ ‘ବେଷ୍ଟ ଅଫ ଲକ’ ମଧ୍ୟ ୨୦୧୮ରେ ପରଦାକୁ ଆସିବାର ସମ୍ଭାବନା ରହିଛି । ଏଥିରେ ବରଦା ପ୍ରସନ୍ନ ଜେନା, ସୁଶ୍ରୀ, ଅସିତ ପତି, ପୀୟୁଷ ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ।

୧୦- ଲକି
ପ୍ରସାଦିନୀ ପ୍ରଡକ୍ସନ ନିର୍ଦ୍ଦେଶିତ ତଥା ପ୍ରଶାନ୍ତ ପାଲଙ୍କ ଫିଲ୍ମ ‘ଲକି’ ୨୦୧୭ ରିଲିଜ ହୋଇପାରିଲା ନାହିଁ । ତେଣୁ ଏହା ୨୦୧୮ରେ ରିଲିଜ ହୋଇପାରେ ବୋଲି ଆଶା କରାଯାଉଛି । ଏଥିରେ ସାର୍ଥକ, କଳ୍ପନା, ଅଶ୍ରୁମୋଚନ, ପିଣ୍ଟୁ ନନ୍ଦ, ଅସିତ ପତି, ଦେବୁ ବ୍ରହ୍ମା, ଚକ୍ରଧର ଜେନା ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି. କୁମାର ।

ଏତଦବ୍ୟତିତ ସୁଧାକର ବସନ୍ତଙ୍କ ‘ବୋବାଲ ଟୋକା’, ସଂଜୟ ନାୟକଙ୍କ ‘ତୁ ଅଛୁ ତ ମୁଁ ଅଛି’ ପରି ସିନେମା ପରଦାକୁ ଆସିନାହିଁ । ସମ୍ଭବତଃ ଏହା ୨୦୧୮ରେ ପରଦାକୁ ଆସିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More