Only for Entertainment

ଆଗାମୀ ଓଲିଉଡ ଫିଲ୍ମ ‘ତୁ ମୋର ନିହାତି ଦରକାର’ରେ ନଜର ଆସିବେ ଏହି ନବାଗତ ଯୋଡି ।

you tube
0 52

ଓଲିଉଡକୁ ଆସୁଛନ୍ତି ଆଉ ଏକ ନୂଆ ନାୟକ-ନାୟିକା ଯୋଡି । ଏହି ଯୋଡିର ନାୟକ ଜଣକ ହେଲେ ସନ୍ତୋଷ ଓ ନାୟିକା ହେଲେ ଶ୍ରୀଦେବୀ । ସନ୍ତୋଷ-ଶ୍ରୀଦେବୀଙ୍କ ଯୋଡିକୁ ଦର୍ଶକ ଖୁବ୍ ଶୀଘ୍ର ଏକ ନୂଆ ଓଡିଆ ସିନେମାରେ ଦେଖିବାକୁ ପାଇବେ । ସନ୍ତୋଷ-ଶ୍ରୀଦେବୀଙ୍କ ନୂଆ ଫିଲ୍ମ ‘ତୁ ମୋର ନିହାତି ଦରକାର’ରେ ନଜର ଆସିବେ । ଜ୍ୟୋତି ପ୍ରଡକ୍ସନ ବ୍ୟାନରେ ନିର୍ମିିତ ଏହି ଫିଲ୍ମ ପ୍ରେମ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆଧାରିତ ।

ଏହି ଫିଲ୍ମରେ ସନ୍ତୋଷ-ଶ୍ରୀଦେବୀଙ୍କ ବ୍ୟତୀତ ମୁମ୍ବାଇର ନାୟିକା ପ୍ରୀତିକୁ ମଧ୍ୟ ଦେଖିବାକୁ ମିଳିବ । ଏ ତିନିଜଣଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅଜିତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା, ସ୍ନିଗ୍ଧା ମହାନ୍ତି, ମୁନ୍ନା ଖାନ, ପିଣ୍ଟୁ ନନ୍ଦ, ବିଜୁ ବଡଜେନା, ସୁଧାକର ବସନ୍ତ, ବିଶ୍ୱଜିତ୍, ମାଷ୍ଟର ଅସ୍ମିତ, ସଙ୍ଗୀତା ଓ ଦୋଳ ସାହୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ ।

‘ତୁ ମୋର ନହାତି ଦରକାର’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି । ରାଜୀବ ଆଗରୁ ଫିଲ୍ମ ଚୋରି ଚୋରି, ଏମିତିକି ହୋଇପାରେ, ତୁ ମୋ ସୁନା ତୁ ମୋ ହୀରା ଭଳି କେତୋଟି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ‘ତୁ ମୋର ନିହାତି ଦରକାର’ର ସଂଳାପ ଲେଖିଛନ୍ତି ଡ. ରଜନୀରଂଜନ । ଶ୍ରୀ ରାହୁଲ ଏହାର ସଙ୍ଗୀତ ନିର୍ଦ୍ଦେଶକ । ତେବେ ଦେଖାଯାଉ ଫିଲ୍ମଟି କେତେ ଦୂର ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More