Only for Entertainment

ଓଲିଉଡରେ ଖୋଲିବ ‘ରହସ୍ୟ’ ପରଦାକୁ ଆସିବ ସସ୍ପେନ୍ସ – ଥ୍ରୀଲର୍ ଚଳଚ୍ଚିତ୍ର !

youtube
0 70

ଓଡିଶାରେ ପ୍ରଥମ ଥ୍ରୀଡି ଚଳଚ୍ଚିତ୍ର ‘କାଉଁରିକନ୍ୟା’ ଭେଟିଦେଇ ଚହଳ ସୃଷ୍ଟି କରିଥିବା ଆଂଜେଲ ବି ମିଡିଆ ପୁଣିଥରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ରହସ୍ୟ’ । ହରର୍ – ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୃତ ହୋଇଛି ଏହି ସିନେମା । ଆଉ ଫିଲ୍ମରେ ରହିଛି ଉଚ୍ଚକୋଟୀର ଭିଏଫକ୍ସ ଓ ଗ୍ରାଫିକ୍ସ କାମ । ନିକଟରେ ଏହି ଫିଲ୍ମର ଟ୍ରେଲର୍ ରିଲିଜ ହୋଇଛି । କେମିତି ରହିଛି ଏହି ଆଗାମୀ ସିନେମାର ଟ୍ରେଲର ଚାଲନ୍ତୁ ଦେଖିବା ।

ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହୋଇଛି ଏକ ହରର୍ – ଥ୍ରୀଲର୍ ଚଳଚ୍ଚିତ୍ର ‘ରହସ୍ୟ’ । ଏହି ଅପକମିଂ ସିନେମାର ଟ୍ରେଲର୍ ଏବେ ମୁକ୍ତିଲାଭ କରିଛି । ଟ୍ରେଲରରେ ଅତୀତର ଅନେକ ଝଲକ ଦେଖିବାକୁ ମିଳିଛି । ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି ।

ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା । ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା ।

ଫିଲ୍ମରେ ଉଚ୍ଚ କୋଟିର ଭିଜୁଆଲ୍ ଇଫେକ୍ଟସ୍ ଏବଂ ଗ୍ରାଫିକ୍ସ କାମ ଦେଖିବାକୁ ମିଳିଛି । ଯାହା ପୂର୍ବରୁ କୌଣସି ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିନି । କାହାଣୀକୁ ସୁହାଇଲା ଭଳି ସଙ୍ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଭିନ୍ନ ସ୍ୱାଦର ମନଲୋଭା ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ଚଳଚ୍ଚିତ୍ର ରହସ୍ୟରେ ସଙ୍ଗୀତର ଭାର ତୁଲାଇଛନ୍ତି ନିହାର – ଶାନ୍ତନୁ । ବଲିଉଡ୍ରେ ନିଜ ଅଭିନୟ ଯାତ୍ରା ଜାରି ରଖିଥିବା ଅଭିନେତ୍ରୀ କାବ୍ୟା କିରଣ ଦ୍ୱିତୀୟ ଥର ପାଇଁ ଏହି ସିନେମାରେ ଦେଖାଇଛନ୍ତି ନିଜ କମାଲ୍ ।

ଫିଲ୍ମରେ ନାୟିକା ଭାବେ କାବ୍ୟାଙ୍କୁ ଦେଖିବାକୁ ମିଳିଛି । ଆଉ ନାୟକ ଚରିତ୍ରରେ ଅଭିନୟ କରିଛନ୍ତି ନବାଗତ ତୁଷାର୍ । କାବ୍ୟା ଓ ତୁଷାର୍ଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ୍, ସୁଦୀପ୍ତା ଓ ବିକାଶ ରଂଜନଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନର କାମ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ରହସ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More