Only for Entertainment

ପରଦାରେ ଦେଖିବାକୁ ମିଳିବ ଛବିରାଣୀ ଗଣଦୁଷ୍କର୍ମର କାହାଣୀ, ଜାଣନ୍ତୁ କ’ଣ ରହିଛି ଫିଲ୍ମର ନାମ ।

you tube
32

ଅଶି ଦଶକର ଏକ ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଉପରେ ଏକ ଓଡ଼ିଆ ସିନେମା ସଂପ୍ରତି ନିର୍ମିତ ହେଉଥିବାର ଖବର ମିଳିଛି । ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା- ‘ଛବିରାଣୀ ଦ ଅନଟୋଲ୍ଡ ଷ୍ଟୋରି’ । ଏହାର ମୁଖ୍ୟ କଳାକାରମାନେ ହେଲେ ଅମନ ପରାଶର, ଅଭିନେତ୍ରୀ ଚନ୍ଦାରାଣୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଏବଂ ରକ୍ ପାତ୍ର ପ୍ରମୁଖ ।

odia pic

ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଛବିରାଣୀ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବବି ଇସଲାମ । ବିଜୟ ମଲ୍ଲ ଏହାର ସଂଳାପ ଲେଖକ । ପ୍ରେମଆନନ୍ଦ ଏହାର ସଂଗୀତ ନିର୍ଦ୍ଦେଶନା କରିବେ । ନଭେମ୍ବର ୧ତାରିଖରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣା ପଡିଛି ।

pic3

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More