Only for Entertainment

ପ୍ରକୃତ ପ୍ରେମର ଜ୍ୱଳନ୍ତୁ ଉଦାହରଣ, ଧର୍ମକୁ ପଛରେ ପକାଇ ଆଇଏଏସ ଟପର ଟିନା ଏବଂ ସେକେଣ୍ଡ ଟପର ଅତହର କରିଲେ ବିବାହ ।

amar ujala
0 43

ପ୍ରେମ ଭାବି ଚିନ୍ତି ହୁଏ ନାହିଁ । ଏହା କତେବେଳେ କାହା ସହିତ ହୁଏ ତାହା କେହି କହିପାରିବେ ନାହିଁ । ପ୍ରେମ ନା ବୟସ ଦେଖେ ନା ଜାତି ନା ରଙ୍ଗ ନା ରୂପ । ଏହା କେବଳ ମନର ହୃହୟ ଦେଖିଥାଏ । ଏପରି ଏକ ଉହାଦରଣ ସାମ୍ନାକୁ ଆସିଛି । ଏହା ହେଉଛି ୨୦୧୫ ଆଇଏଏସ ଟପର ଟିନା ଡାବି ଏବଂ ସେକେଣ୍ଡ ଟପର ଅତହର ଆମିର ଉଲ ଶଫୀଙ୍କ କାହାଣୀ । ଟିନା ହିନ୍ଦୁ ହୋଇଥିବା ବେଳେ ଅତହର ମୁସଲମାନ । ଏହି ଦୁଇ ପ୍ରେମୀ ଯୁଗଳ ଦୁନିଆକୁ ଖାତିର ନକରି କାଶ୍ମୀରର ପ୍ରସିଦ୍ଧ ଟୁରିଷ୍ଟ ଡେଷ୍ଟିନେସନ ପହଲଗାରେ ବିବାହ କରିଛନ୍ତି ।

mrg

ଟିନା ଦିଲ୍ଲୀର ହୋଇଥିବା ବେଳେ ଅତହର କାଶ୍ମୀରରେ ରୁହନ୍ତି । ଦୁହିଁଙ୍କର ପ୍ରେମ କାହାଣୀ ମଧ୍ୟ ଖୁବ ଦୃଦୟଛୁଆଁ । ଦୁହିଁଙ୍କ ପ୍ରେମ କାହାଣୀ ଟ୍ରେନିଂ ସମୟରୁ ଆରମ୍ଭ ହୋଇଥିଲା । ଦୁହେଁ ଦୁହିଁଙ୍କୁ ପ୍ରଥମଥର ପାଇଁ ଟ୍ରେନିଂରେ ଦେଖିଥିଲେ । ପରେ ଧୀରେ ଧୀରେ ଏହା ପ୍ରେମର ରୂପ ନେଇଥିଲା । ଦୁହେଁ କେବେ ହେଲେ ବି ନିଜ ସମ୍ପର୍କକୁ ଲୁଚାଇ ନାହାଁନ୍ତି ।

mrg2

ଟିନା ପ୍ରଥମଥର ପାଇଁ ଫେସବୁକରେ ନିଜ ରିଲେସନସିପ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସେ ସମୟରେ ତାଙ୍କୁ ଟ୍ରୋଲ ହେବାକୁ ମଧ୍ୟ ପଡିଥିଲା । ଏହାର ଜବାବ ଦେଇ ଟିନା କହିଥିଲେ ମୁଁ ଜଣେ ସ୍ୱାଧୀନ ଝିଅ ଏବଂ ଆମିରଙ୍କ ସହିତ ମୁଁ ବହୁତ ଖୁସି ଅଛି । ଆମ ପରିବାର ମଧ୍ୟ ଏହାକୁ ନେଇ ଖୁସି ଅଛନ୍ତି । ସେ ଏହା ମଧ୍ୟ କହିଥିଲେ ଏପରି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମର ଲୋକଙ୍କୁ ଡେଟ କରିବାକୁ ନେଇ କମେଣ୍ଟ କରିଥାନ୍ତି ।

mrg 1

ମାତ୍ର ସମସ୍ତ ବାଧାକୁ ଅତିକ୍ରମ କରି ଦୁହେଁ ବିବାହ କରି ସମାଜକୁ ଏକ ଉଦାହରଣ ଦେଇଛନ୍ତି । ଏହି ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More