Only for Entertainment

‘ଉରି:ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଟିମ୍‌ ସହିଦମାନଙ୍କ ପରିବାରକୁ ଦେଲେ ୧ କୋଟି

35

ପୁଲଓ୍ଵାମାରେ ସଂଗଠିତ ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ପରିବାରକୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ସହାୟତା ଦିଆଯିବାନେଇ ଘୋଷଣା କରାଯାଇଛିି। ଏବେ ୨୦୧୯ର ସୁପରହିଟ୍‌ ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ଟିମ୍‌ ବି ସହାୟତାର ହାତ ବଢ଼ାଇଛନ୍ତି । ଫିଲ୍ମର ପ୍ରଯୋଜକ ରୋନି ସ୍କ୍ରୁ ଓ୍ଵାଲା ସୋସିଆଲ୍‌ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଖାଲିସେତିକି ନୁହେଁ ସେ ଅନ୍ୟମାନଙ୍କୁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ପ୍ରତି ସହିଦ୍‌ ପରିବାରକୁ ୫-୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ନିଷ୍ପତ୍ତି ନେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ବଲିଉଡ ତାରକା ଶାହାରୁଖ୍‌ ଖାନ୍‌, ଆଲିୟା ଭଟ୍ଟ,କରଣ ଜୋହର ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଅଭିନେତା ଆୟୁଷ୍ମାନ ଖୁରାନା ସହିଦ୍‌ ମାନଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ଲେଖିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More