Only for Entertainment

ରିଲିଜ ହେଲା ଉରି ଫିଲ୍ମ ଟ୍ରେଲର, ଦେଖିବାକୁ ମିଳିଲା ଭର୍ସଟାଇଲ ଅଭିନେତା ଭିକ୍କିଙ୍କ ଜବରଦସ୍ତ ଆକ୍ଟିଂ !

45

ଅଭିନେତା ଭିକି କୌଶଲ ଏବେ ନିଜର ଆଗାମୀ ଫିଲ୍ମ ‘ଉରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବ । ତେବେ ଏହା ମଧ୍ୟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଆଜି । ୨ମିନିଟ ୨୪ସେକେଣ୍ଡର ଟ୍ରେଲରରେ ଦେଖିବାକୁ ମିଳିଛି ସରଜିକାଲ ଷ୍ଟ୍ରାଇକର ଜବରଦସ୍ତ ଝଲକ ।

କହିରଖୁଛୁ ଯେ, ଫିଲ୍ମର ଲିଡ ଆକ୍ଟର ଭିକି କୌଶଲ ନିଜେ ଟ୍ୱିଟ କରି ଟ୍ରେଲର ରିଲିଜ ବିଷୟରେ ସୂଚନା ଦେଇଥିଲେ । ଫିଲ୍ମ ଉରୀର କାହାଣୀ ଜମ୍ମୁ କାଶ୍ମୀର ରାଜ୍ୟର ଉରୀ ସହର ଉପରେ ଆଧାରିତ । ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଉରୀ ଆକ୍ରମଣକୁ ଏହି ଫିଲ୍ମରେ ଦର୍ଶା ଯାଇଛି ।

ଫିଲ୍ମରେ ଭିକି କୌଶଲ ଦମଦାର ଚରିତ୍ରରେ ନଜର ଆସିବେ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ଭିକିଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ସଞ୍ଜୁ, ମନମର୍ଜିଆଁ, ରାଜୀ ପରି ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More